ବରଙ୍ଗ : ନନ୍ଦନକାନନଛକ ସ୍ଥିତ ଏକ ଘରୋଇ ମଣ୍ଡପରେ ସୋମବାର ରାତିରେ ଦିବ୍ୟ।ଙ୍ଗ ମାନଙ୍କୁ ନେଇ ରାଜ୍ୟରେ ପ୍ରଥମ ଥର ପାଇଁ ରାମ ସୋ ଅନୁଷ୍ଠିତ ହୋଇଯାଇଛି।
ଟାଇମ ଟୁ ସାଇନ ନାମକ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିର୍ଣ ଜିଲାର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପିଲାମାନେ ଯୋଗଦେଇ ସେମାନଙ୍କ ପ୍ରତିଭା ଦେଖାଇଥିଲେ।ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଦିବ୍ୟ।ଙ୍ଗ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁକ୍ଷେତ୍ରରେ ଭାଗ ନେଇପାରିବ।ରାଜ୍ୟରେ ଥିବା ଦିବ୍ୟ।ଙ୍ଗ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାର ବିକାଶ ସହ ଅନ୍ୟ ଉପରେ ନିର୍ଭର ନକରି ନିଜେ ଆତ୍ମନିଭରଶୀଳ ହୋଇପାରିବେ।ସେମାନେ ମଧ୍ୟ ବିଭିର୍ଣ ଫ୍ୟାସନ ସୋରେ ସାମିଲ ହୋଇପାରିବେ ସେହି ଭାବନା ଜାଗ୍ରତ କରିବା ଉଦ୍ଧେଶ୍ୟରେ ରାଜ୍ୟରେ ପ୍ରଥମ କରି ଏହିଭଳି ଅଭିନବ ପ୍ରୟାସ କରାଯାଇଛି ବୋଲି ଆୟୋଜକ ଲିନା ନନ୍ଦିତା ପରିଡା କହିଛନ୍ତି। ଏହିଅବସରରେ ଦିବ୍ୟ।ଙ୍ଗ ପିଲାମାନଙ୍କୁ ନେଇ ଫେସନ ସୋ, ନାଚ,ଗୀତ ଆଦି ପ୍ରତିଯୋଗୀତା କରାଯାଇଥିଲା। ଏଥିରେ କୃତି ପିଲାମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।
