Odisha news

ଅବସରପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପରଲୋକ

0

ବନ୍ତ,୨୩/୬  : ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ୪ର୍ଥ ଶ୍ରେଣୀ କର୍ମଚାରୀ ରଥ ଯେନା(୭୦)ଙ୍କର ଗୁରବାର ପରଲୋକ ଘଟିଛି । ବୁଧବାର ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ମୃତୁ୍ୟ ଶର୍ଯ୍ୟା ନିକଟରେ ପୁଅ ବୁଦ୍ଧିରାମ, ରମେଶ, ଅଭିରାମଙ୍କ ସମେତ ବୋହୁ, ନାତି, ନାତୁଣୀଙ୍କ ସମେତ ଆତ୍ମିୟସ୍ୱଜନ ଉପସ୍ଥିତ ଥିଲେ । ଖବର ପାଇ ବନ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, ନିଳୋକ ହାଇସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ସନାତନ ନାୟକ, ଉପେନ୍ଦ୍ର ମିଶ୍ରଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସକ୍ରାର କରାଯାଇଥିଲା । ସେ ନିଳୋକ ହାଇସ୍କୁଲରେ ୧୯୭୮ ମସିହା ଠାରୁ ଚାକିରୀ ଜୀବନ ଆରମ୍ଭ କରି ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.