ଆମ ହିନ୍ଦୁ ଧର୍ମରେ ବରଗଛର ଗୋଟିଏ ବିଶେଷ ମହତ୍ତ୍ଵ ରହିଛି । ଏହାକୁ ସକାଳୁ ଗାଧୋଇ ସାରି ଜଳ ଅର୍ପଣ କରି ପୂଜା କରିଥାଉ । କଣ ଆପଣ ଜାଣିଛନ୍ତି ଏହି ବୃକ୍ଷ ରେ ରହିଛି ଅନେକ ଔଷଧୀୟ ଗୁଣ । ବରଫଳ ରେ ରହିଛି ଅନେକ ଖଣିଜ ତତ୍ତ୍ଵ ଯାହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ । ଆସନ୍ତୁ ଜାଣିବା କଣ ରହିଛି ଏହି ମିଠା ଫଳର ସ୍ଵାସ୍ଥ୍ୟଗତ ଲାଭ –
* ବରଗଛର ଫଳ ଫୁଲ ଚେର ପତ୍ର ସବୁକିଛି ଔଷଧୀୟ ଗୁଣ ରେ ଭରପୁର । କର୍ଲିଫର୍ଣୀୟା ବିଶ୍ଵବିଦ୍ୟାଳୟର ଗୋଟିଏ ଗବେଷଣା ଅନୁସାରେ ୧୦୦ଗ୍ରାମ ବରଫଳ ରେ ରହିଛି ବିଭିନ୍ନ ପୋଷାକ ତତ୍ତ୍ଵ।
– ଶକ୍ତି ୨୫୯ କ୍ୟାଲୋରୀ, କାର୍ବୋହାଇଡ୍ରେଟ ୬୩.୮୭ , ଶର୍କରା ୪୭.୯୨, ପ୍ରୋଟିନ ୩.୩୦, ଏହା ସହିତ ରହିଛି ଭିଟାମିନ ବି ୧ ଓ ଭିଟାମିନ ବି୩।
* ସୁସ୍ଥ ଜୀବନ ପାଇଁ ସୁସ୍ଥ ପ୍ରତିରକ୍ଷା ପ୍ରଣାଳୀ ଆବଶ୍ୟକ । ଇମ୍ୟୁନିଟି ଆମକୁ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ କରେ । NCBI ର ତଥ୍ୟ ଅନୁସାରେ ବରଗଛ ପତ୍ରରେ ଥିବା ହେକ୍ସନ୍, ବ୍ୟୁତୋନାଲ୍ , କ୍ଲୋରୋଫର୍ମ ଓ ପାଣି ରହିଛି । ଏହି ସମସ୍ତ ତତ୍ତ୍ଵ ମିଳିତ ଭାବରେ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇ ଥାଆନ୍ତି ।
* ଅବସାଦ ମଧ୍ୟ ଦୂର ହୋଇଥାଏ ବରଗଛ ସାହାଯ୍ୟରେ । NCBI ଦ୍ଵାରା ବରଗଛ କୁ ନେଇ ହୋଇଥିବା ଗୋଟିଏ ଗବେଷଣା ରୁ ଜଣାପଡିଛି ଯେ ବରଗଛ ରେ କିଛି ଏପରି ତତ୍ତ୍ୱ ରହିଛି ଯାହା ମଣିଷକୁ ଅବସାଦ ମୁକ୍ତ କରିବା ସହିତ ଚିନ୍ତା ଶୂନ୍ୟ କରିଥାଏ । ଏହା ମସ୍ତିଷ୍କର ଶୀରା ପ୍ରଶିରାକୁ ଆରାମ ଦେଇଥାଏ ।
* ବରଗଛର ଫଳ ମିଠାଳିଆ ହୋଇଥିଲେ ମଧ୍ୟ ଏଥିରେ ଥିବା ଫ୍ରୁକ୍ଟୋଜ ଓ ଲକ୍ଟୋଜ୍ ରକ୍ତ ଶର୍କରା କୁ ବଢ଼ିବାକୁ ଦିଏ ନାହିଁ । ତେଣୁ ବାରଫଳ ମଧୁମେହ ପାଇଁ ହିତକର
ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ
Comments are closed.