ପୁଣି ପଙ୍ଗଳାଦେଶ ହୋଇ ଯିବକି ପୂର୍ବ ପାକିସ୍ତାନ ରେ ସାମିଲ ? ଯାହାକି ପୂର୍ବରୁ ଥିଲା l ପୁନର୍ବାର ଉଭୟ ମିଶି ଭାରତ ବିରୁଦ୍ଧରେ ଗଢ଼ିବେକି ଷଡଯନ୍ତ୍ର ? ପୂର୍ବପରି ଆରମ୍ଭ ହୋଇଯିବ ଆତଙ୍କବାଦୀ ଆକ୍ରମଣ ଓ ସ୍ମଗଲିଙ୍ଗ ? ଏଭଳି ଅନେକ ପ୍ରଶ୍ନ ଠିଆ ହୋଇଛି ଭାରତ ସାମ୍ନାରେ l ଯାହାକି ହୋଇପାରେ ଭାରତ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ l
ବର୍ତମାନ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜମାତ ସିଲହେଟ ଭାରତର ଉତର ପୂର୍ବ ରାଜ୍ୟ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାକୁ ଚାହୁଁଚି ଆତଙ୍କୀ ଗୋଷ୍ଠୀଙ୍କୁ l
ଆସାମ, ମେଘାଳୟ ରାଜ୍ୟର ସୀମା ଖୁବ ସମ୍ବେଦନଶୀଳ ବ୍ରାହ୍ମନବରିୟା ଜିଲ୍ଲା ସହିତ ସଂଶ୍ଲିଷ୍ଟ l ଏହା ଗଙ୍ଗା ସାଗର ନିକଟରେ ଅବସ୍ଥିତ l ଭାରତ ପକ୍ଷରୁ ଏଠାରେ ସୁରକ୍ଷା କଡାକଡି କରିଦିଆ ଯାଇଛି l କିନ୍ତୁ ଏହିସବୁ ସୀମାରେ ସୀମା ପାର ଆତଙ୍କୀ ଗତିବିଧି ବଢିଯାଇଛି l ବର୍ତମାନ ଭାରତରେ ମଧ୍ୟ ଧୀରେ ଧୀରେ ବଙ୍ଗଳାଦେଶ ବିରୋଧୀ ଆନ୍ଦୋଳନ ବୃଦ୍ଧି ପାଉଛି, ଉଭୟ ଦେଶ ମଧ୍ୟରେ ଦେଖା ଦେଇଥିବା ଉତେଜନା ର ବର୍ତମାନ ଲାଭ ଉଠାଇବ ଷଡ଼ଯନ୍ତ୍ରକାରୀ ପାକିସ୍ତାନ l