ମାଘ ମାସ ଗୁରୁବାର ରେ କଦଳୀ ଗଛକୁ ପୂଜା କରନ୍ତୁ ଓ ଏହି ମନ୍ତ୍ର କୁ ଓସ୍ତ ପତ୍ର ରେ ଲେଖନ୍ତୁ , ବରଷିବ ମାତା ଲକ୍ଷ୍ମୀ ଙ୍କ କୃପା
ଧନ ର ଅଭାବ ପ୍ରାୟ ସମସ୍ତେ ସାମ୍ନା କରି ଥାଆନ୍ତି । ଧନ ର ଅଭାବ ଜୀବନକୁ ତଳି ତଳାନ୍ତ କରି ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନଟି ମାତା ଲକ୍ଷ୍ମୀ ଓ ଭଗବାନ୍ ବିଷ୍ଣୁ ଙ୍କୁ ଅର୍ପଣ କରାଯାଇଛି । ଯଦି ଆମେ ଏହିଦିନ ଏପରି କିଛି ଉପାୟ ଦୁର ହେବ ଜୀବନର ସମସ୍ତ ଅସୁବିଧା । ଗୁରୁବାର ଦିନଟି ମଧ୍ୟ ଗୁରୁ ବୃହସତି ଙ୍କୁ ଅର୍ପଣ କରାଯାଇଥାଏ । ଯାହା ଉପରେ ଗୁରୁ ବୃହସ୍ପତି ଙ୍କ କୃପା ରହିବ ତା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯିବ ।
* ଗୁରୁବାର ଦିନ କଦଳୀ ଗଛକୁ ପୂଜା କରି ବିଷ୍ଣୁ ଓ ବୃହସ୍ପତିଙ୍କ କୃପା ଲାଭ ହୋଇଥାଏ । ଯାହାଦ୍ଵାରା ଆର୍ଥିକ ସଙ୍କଟ ଦୁର ହୋଇଥାଏ ।
* ଗୁରୁବାର ଦିନ ଖାଇବା ପୂର୍ବରୁ ଋଷି ଙ୍କ ର ପ୍ରିୟ କାମଧେନୁ ନାମରେ ପ୍ରଥମ ରୁଟି ଟି ବାହାର୍ କରନ୍ତୁ ଓ ଏହାକୁ କୌଣସି ଗାଈ କୁ ଖୁଆଇ ଦିଅନ୍ତୁ । ଏହାଦ୍ବାରା ଘରେ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
* ଗୁରୁବାର ଦିନ ଓସ୍ତ ପତ୍ରକୁ ଧୋଇ ତା ଉପରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ । ଏହାପରେ ତା ଉପରେ ସିନ୍ଦୂର ଲଗାଇ ତା ଉପରେ ‘ ଓଁ ଶ୍ରୀ ଶ୍ରୀ ନମଃ ‘ ଲେଖି ନିଜ ଆଲମାରୀ ରେ ରଖନ୍ତୁ । ଯାହା ଦ୍ଵାରା ଋଣ ଭାର ରୁ ମୁକ୍ତ ପାଇବେ ।
* ଗୁରୁବାର ଦିନ କୌଣସି ଲକ୍ଷ୍ମୀ ଙ୍କ ମନ୍ଦିର ରେ କୌଣସି ହଳଦିଆ ବସ୍ତୁ ରଖି ଦିଅନ୍ତୁ । ଏପରି କରିବା ଦ୍ବାରା ରୋଜଗାର ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
* ପ୍ରତି ମାଘ ମାସ ଗୁରୁବାର ରେ କଦଳୀ ଗଛ ତଳେ ଘିଅ ଦୀପ ଜଳାଇ ସିନ୍ଦୂର ଓ ଚାଉଳ ରଖିବା ଦ୍ଵାରା ଆର୍ଥିକ ଅନାଟନ ଦୁର ହୋଇଥାଏ ।