ବଣାଇ,୧୪/୧୦ : ସୁନ୍ଦରଗଡ ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ଜିଲ୍ଲାର ଯୁବକ ଯୁବତୀ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରି ନିଜସ୍ବ ପ୍ରତିଭାର ପ୍ରମାଣ ଦେଇସାରି ଅଛନ୍ତି । ସଦ୍ୟତମ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବାରେ ସ୍ଥାନୀୟ ଅଞ୍ଚଳର ସଫଳତା ଏହା ପ୍ରମାଣିତ କରିପାରିଛି। ବଣାଇ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଜୁନିଆନି ଗ୍ରାମର ରୁଦ୍ର ଚରଣ ମାଝୀ ଏହି ସଫଳତାକୁ ଆଉ ଦୁଇପାଦ ଆଗକୁ ନେଇପାରି ଅଛନ୍ତି। ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ବାରା ” ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରାପ୍ତ ସମସ୍ତ କ୍ରୀଡାବିତଙ୍କୁ ଉପରେ ଗବେଷଣା ମୂଳକ କାର୍ଯ କରି “ଗୋଲ୍ଡେନ ବୁକ୍ ଅଫ ୱାଲ୍ଡ ରେକର୍ଡ” ସଂସ୍ଥା ଦ୍ବାରା ଉଚ୍ଚ ପ୍ରସଂଶନୀୟ ହୋଇପାରି ଅଛନ୍ତି। ଏହି ଉତ୍କୃଷ୍ଟ କାର୍ଯ ପାଇଁ ତାଙ୍କୁ ସମ୍ମାନ ସ୍ବରୂପ ମେଡାଲ, ସାର୍ଟିଫିକେଟ, ଏବଂ ପ୍ରଶଂସାପତ୍ର ଦିଆ ଯାଇଛି।ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ ଡ. ଅମିତ କୁମାର ଦୀକ୍ଷିତ, ରାଜଭାଷା ବିଭାଗ ,କଲିକତା , ଡ. ଆଶିଷ କୁମାର ସଙ୍କ ନେତୃତ୍ବରେରେ କରା ଯାଇଥିଲା। ରୁଦ୍ର ମାଝୀ ଏଥି ପୂର୍ବରୁ ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତଙ୍କ ଉପରେ ଗବେଷଣା ମୂଳକ କାର୍ଯ୍ୟ କରି ସମ୍ମାନିତ ହୋଇ ସାରି ଅଛନ୍ତି। ତାଙ୍କର ଏହି ସଫଳତା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛି।
