ଯଦି ଦେଶର ମାନ୍ୟତା ପାଇବା ପାଇଁ ଗୋଟିଏ ପରିଭାଷିତ କ୍ଷେତ୍ର, ସ୍ଥାୟୀ ଜନସଂଖ୍ୟା ଓ ସରକାର ରହିବା ଜରୁରୀ, ଏହା ବ୍ୟତୀତ ଏହା ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ହୋଇଥାଏ, ଅନ୍ତରାଷ୍ଟ୍ରୀୟ ନିୟମ ଅନୁସାରେ ଏଥିପାଇଁ ନିୟୁନତମ ମାନକ ସ୍ଥିର କରାଯାଇଥାଏ l ଏବଂ ଆପଣ କଣ କୌଣସି ବିବାଦୀୟ ରାଷ୍ଟ୍ର ସହିତ ଅଛନ୍ତି କି ?
ଯଦି ଗୋଟିଏ ଅଂଚଳ କୌଣସି ଦେଶ ମଧ୍ୟରେ ରହି ଅଲଗା ଦେଶ ଗଢିବାକୁ ଚାହୁଁଚି ତେବେ ତାକୁ କିଛିଟା ନିୟମ ରେ ପାସ କରିବାକୁ ପଡିଥାଏ l ଯେଉଁଭଳି ଭାବରେ ବର୍ତମାନ ବଲୁଚିସ୍ତାନ ଗୋଟିଏ ଅଲଗା ଦେଶ ହେବାକୁ ଯାଉଛି, ସେଥିପାଇଁ ନିୟୁନତମ କିଛିଟା ନିୟମ ରହିଛି l
ନିୟମ ଗୁଡିକ ହେଲା -:
– ତୁମ ଦେଶର ଅଫିସିଆଲ ସରକାର ରହିଥିବା ଜରୁରୀ ଯିଏକି ଦେଶ ଚଳାଇବାକୁ ସମର୍ଥ ଥିବେ l
– ନିୟମ ତିଆରି କରିବା ଓ ନିୟମ ଲାଗୁ କରିବା ପାଇଁ ସେତିକି ସମର୍ଥ ହୋଇଥିବେ l
– ଏବଂ ଅନ୍ୟ ରାଷ୍ଟ୍ର ସହିତ ସମ୍ବନ୍ଧ ରଖିବାର କ୍ଷମତା ଥିବା ମଧ୍ୟ ଆବଶ୍ୟକ l
– ଉପଯୁକ୍ତ ମାତ୍ରାର ଜନସଂଖ୍ୟା ମଧ୍ୟ ଥିବା ଜରୁରୀ l
କଣ ରହିଛି ବଲୁଚିସ୍ତାନ ପାଇଁ ଅସୁବିଧା –
ବାଲୁଚିସ୍ତାନ ମାମଲାରେ ଏଥିପାଇଁ ଅସୁବିଧା ଦେଖା ଦେଉଛି କାହିଁକି ନା ପାକିସ୍ତାନ କଦାପି ବଲୁଚିସ୍ତାନ କୁ ଗୋଟିଏ ସ୍ୱତନ୍ତ୍ର ଦେଶ ହେବାର ସହମତି ଦେବ ନାହିଁ l କାହିଁକି ନା ଏହା ପାକିସ୍ତାନ ର ୪୪ ପ୍ରତିଶତ ଅଂଶ ଅଟେ l
ପାକିସ୍ତାନ ସହିତ ବାଲୁଁଚ ମାନଙ୍କର ଯୁଦ୍ଧ ଅନେକ ଦଶନ୍ଧୀ ଧରି ଚାଲିଛି, ଅନ୍ୟ ପକ୍ଷରେ ପାକିସ୍ତାନ ସରକାର ଓ ସେନା ଙ୍କ ଦମନ ବାଲୁଚିସ୍ତାନ ରେ ବଢ଼ିବାରେ ଲାଗିଛି, BLA ଓ BLF ପାକିସ୍ତାନ ରେ ବର୍ଷ ବର୍ଷ ଧରି ଲଢେଇ କରି ଆସୁଛନ୍ତି l
ଯଦି ବଲୁଚିସ୍ତାନ ସ୍ୱାଧୀନତା ପାଇଁ ସଂଯୁକ୍ତ ରାଷ୍ଟ୍ର ର ସାହାଯ୍ୟ ସହିତ ଦୁନିଆର ବଡ଼ ଦେଶ ଓ ପ୍ରମୁଖ ଶକ୍ତି ଙ୍କ ସହିତ ଜରୁରୀ ହେବ l ଯଦି କୌଣସି ନୂଆ ଦେଶ ସଂଯୁକ୍ତ ରାଷ୍ଟ୍ର ର ମାନ୍ୟତା ନପାଇଲା ତେବେ ଅନ୍ତ ରାଷ୍ଟ୍ରୀୟ ସ୍ତରରେ ତାକୁ ଗୋଟିଏ ଦେଶର ମାନ୍ୟତା ଦିଆଯିବ ନାହିଁ l