ବାଲିପାଟଣା ୨୬/୦୯ : ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ, ସୁଦର୍ଶନ ଚକ୍ରବ୍ରର୍ତ୍ତୀ ବାଲିପାଟଣାରେ ପହଞ୍ଚି ଲୋକମାନଙ୍କର ୯୭ ଟି ଗୁହାରୀ ଶୁଣି ,ସମ୍ପୃକ୍ତବି ଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ପୂର୍ବାଂନ ୧୦ ଘଟିକା ସମୟରେ ବାଲିପାଟଣା ବ୍ଲକ ପରିସରରେ ବ୍ଲକ ଉର୍ଣ୍ଣୟନ ଅଧିକାରୀ ଆଦିକନ୍ଦ ବେହେରା ଙ୍କ ତତ୍ୱବଧାନରେ ଓ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ସେଚନ, ଗ୍ରାମ୍ୟ ଉର୍ଣ୍ଣୟଣ୍ଣ,ଅବିଭିନ୍ନ ସମସ୍ୟା ଉପରେ ଅଭିଯୋଗର ଆଲୋଚନାହୋଇଥିଲା।ସେଥି ମଧ୍ୟରୁ କୋଭିଡ ରେ ମୃତ୍ୟୁ ବରଣ କରିଥିବା ବାପ,ମା ଛେଉଣ୍ଡ ପିଲାମାନଙ୍କୁ ସରକାର ଆଶ୍ରିପାଦ ଯୋଜନାରେ ପ୍ରଦାନ କରୁଥିବା
୨୦୦୦ ଟଙ୍କା ଆଜକୁ ୪ ମାସ ହେଲା ବନ୍ଦ ହୋଇଯାଇଛି।ଯାହାଫଳରେ ବାପା, ମାଆ ଛେଉଣ୍ଡ ପିଲାମାନେ ଚଳିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ଏହାର ତଦନ୍ତ ଦାୟିତ୍ବ ନିଜେ ଜିଲ୍ଲାପାଳ ଦେଖିବାର ନିଷ୍ପତି ନେଇଥିଲେ।ପମ୍ପାଲୋ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ କଯ୍ୟାଳୟ ନ ଥିବାରୁ ୧୦ କିଲୋମିଟର ସାଧାରଣ ଲୋକ ,ବରିଷ୍ଠ ନାଗରିକ, ଚାଷୀ, ଛାତ୍ରଛାତ୍ରୀ, ମାନେ ଦୌଡ଼ି ଦୌଡ଼ି ନିରାଶ ହେବାକୁ ପଡୁଥିବାର ଅଭିଯୋଗ କରିଥିଲେ ଆଇନିଜିବି ଅମରେଶ ସ୍ୱାଇଁ ଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତ ବାସୀ,ଏହାର ସମାଧାନ କରିବା ସହ ତୁରନ୍ତ ଏକ ରାଜସ୍ବନିରୀକ୍ଷକ କାଯ୍ୟାଳୟ ଖୋଲିବାକୁ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଙ୍କୁ
ନିର୍ଦ୍ଦେଶ ଦେଇଥିଲେ।ଗୁଆପୁର ଗ୍ରାମର ସ୍ବର୍ଗତ ଶାନ୍ତିଲତା ସେନାପତିଙ୍କର ସ୍ୱାମୀ ଭୋଳନାଥ ସେନାପତି ନିଜ ପତ୍ନୀର ମୃତ ପ୍ରମାଣ ପତ୍ର ପାଇଁ ୪ମାସ ହେବ ଦୌଡ଼ି ଦୌଡ଼ି ନିରାଶ ହୋଇ ସିଡିଏମଓ ବି ଡ଼ିଓ, ଓ ତହସିଲଦାରଙ୍କୁ ଜଣାଇବା ପରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ।ଏଥିରେ ଜିଲ୍ଲାପାଳ ରାଗିଯାଇ ସିଡ଼ିଏମଓ ଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବିଗତ ଏକ ମାସ ହେଲା ପମ୍ପାଲୋ ପଞ୍ଚାୟତର ବହୁ ମୂଲ୍ୟବାନ ଓ ଦରକାରୀ କାଗଜପତ୍ର ଥିବା ଅଲମୀରାରେ ଜାଣିଶୁଣି କେହି ନିଆଁ ଲଗାଇ ପୋଡି ଦେଇଥିଲେ ମଧ୍ୟ ତାହାର ତଦନ୍ତରେ ଶିଥିଳତା ସମ୍ବଧରେ ସରପଞ୍ଚ ବାହନ ଭୋଇ ଅଭିଯୋଗ କରିଥିଲେ।ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଦୋଷୀକୁ ଧରିବାକୁ ଯୋନ-୪ ଏସିପି ଶୁଭନାରାୟଣ ମୁଦୁଲିଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିଭିନ୍ନ ଉର୍ଣ୍ଣୟଣ୍ଣ ମୂଳକ କାର୍ଯ୍ୟ ସାରିଥିଲେ ମଧ୍ୟ ତାହାର ପେମେଣ୍ଟ ପ୍ରଦାନରେ ଅହେତୁକ ବିଳମ୍ବର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୂ, ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଏଡିଏମ ମନୋଜ କୁମାର ପାଢୀ ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ,ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
