ବାଲିପାଟଣା ତା ୦୮ /୦୯ : ଏହି ଅଞ୍ଚଳ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଦ୍ଧ ସାଧକ ଶିଶୁ ଅନନ୍ତ ଙ୍କ ନାମରେ ନାମିତ ଶିଶୁ ଅନନ୍ତ ମହାବିଦ୍ୟାଳୟ ର ୪୫ ତମ ସ୍ୱନକ୍ଷତ୍ର ଦିବସ ଆଜି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ରେ ଏହି ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିର କୁ
ଭୂବନେଶ୍ୱର ଉପଜିଲ୍ଲପାଳ ଦେବରାଜ ସାହୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ରେଡକ୍ରସ ର ସହସଂପାଦକ୍ ତଥା ଭୁବନେଶ୍ବର ଏ ସି ପି ଲଳିତ କୁମାର ମହାନ୍ତି ଓ ମହାବିଦ୍ୟାଳୟ ର ଅଧକ୍ଷ ଙ୍କ ସମେତ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ମୋଟ ୫୦ ୟୁନିଟ ରକ୍ତ ଏଠାରେ ସଂଗ୍ରହ କରାଯାଇଥିଲା। ଅପରାହ୍ନରେ ସାଧାରଣସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅନୁଷ୍ଠାନରେ ଚରିତ୍ର ଗଠନ ସହିତ ନୀୟମାନୁବର୍ଟିତା ଓ କର୍ତ୍ତବ୍ୟ
ପରାୟଣ ହେବା ଉଚିତ୍ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା,ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ,ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର୍ ଓଝା ଅତିଥି ଭାବରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଅଧ୍ୟାପକ ଅଭୟ କୁମାର ଜେନା ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ଅଧ୍ୟାପିକା ଧନ୍ୟବାଦ୍ ଅର୍ପଣ କରିଥିଲେ।ଅଧକ୍ଷ ନିମାଇଁ ଚରଣ ଜେନା ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅନ୍ତେବାସୀ ଯୋଗଦେଇ କାର୍ଯ୍ୟକ୍ରମ ର ସଫଳତାର ସହଯୋଗ କରିଥିଲେ।ପରିଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ। ଅଧ୍ୟାପିକା ସସ୍ମିତା ବିଶ୍ଵାଳ ଓ ସମର୍ପିତା ଷଡ଼ଙ୍ଗୀ ସମସ୍ତ କାର୍ଯ୍ୟକ୍ରମ କୁ ଉପସ୍ଥାପିତ କରିଥିଲେ।
