ବାଲିପାଟଣା ୧୫/୧୨ : ବାଲିପାଟଣା ଥାନା ଅନ୍ତର୍ଗତ ଓଡଖଣ୍ଡ ଛକ ଠାରେ ଏକ ପର୍ଯ୍ୟଟକ ଗାଡ଼ି ଧକ୍କା ହୋଇ ଜଣେ ଯୁବକ ଗୁରୁତର। ସେ ହେଲେ କୁରୁଞ୍ଜିପୂର୍ ପଂଚାୟତ ବଦଳା -, ପଣ୍ଡୁଆସାହି ଗ୍ରାମର ବୁଦ୍ଧନାଥ ସ୍ୱାଇଁ (୫୫)।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଲିପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭତ୍ତ୍ରି କରାଯାଇ ଚିକିତ୍ସା ଜାରୀ ରହିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ଦିନ ୧୧ଟା ସମୟରେ ମଣିପୁର ରାଜ୍ୟରୁ ୧୫ ଜଣ ପର୍ଯ୍ୟଟକ ପୁରୀ, କୋଣାର୍କ, ବୁଲିବାକୁ ଆସିଥିଲେ। କୋଣାର୍କ ବୁଲି ସାରି ପର୍ଯ୍ୟଟକ ମାନେ ଏକ ଟ୍ରାଭେଲର ଫୋର୍ସ ଗାଡ଼ି ନଂ ଓଡ଼ି ୧୩ କେ ୩୦୩୩,ଯୋଗେ ବାଲିପାଟଣା ଦେଇ ଭୁବନେଶ୍ଵର ଫେରୁଥିଲେ। ନିମାପଡ଼ା -,ସରଦେଇପୂର୍ ପୃତ୍ତ ବିଭାଗ ରାସ୍ତାର ଓଡ଼ଖଣ୍ଡ
ଛକ ଠାରେ ବିପରୀତ ଦିଗରୁ ଦୃତ ବେଗରେ ଆସୁଥିବା ଏକ ଗ୍ଲାମର ଗାଡ଼ି ନଂ ଓ ଡି ୧୩ ଇ -୨୫୫୦,ଭାରସାମ୍ୟ ହରାଇ ପର୍ଯ୍ୟଟକ ମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗାଡିରୁ ବୁଦ୍ଧନାଥ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ,ତାଙ୍କର ମୁଣ୍ତରେ ପ୍ରବଳ ଆଘାତ ଲାଗି ଥବା ବେଳେ ଗୋଟିଏ ଆଖି ଭିତରକୁ ପଶି ଯାଇଥିଲା। ଫଳରେ ସେ ସଂଜ୍ଞାହିନ ହୋଇ ଯାଇଥିଲେ।ସ୍ଥାନୀୟ ଲୋକେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଦ୍ଧନାଥକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଯାଇଥିଲେ। ପର୍ଯ୍ୟଟକମାନଙ୍କ ଗାଡ଼ିକୁ ବାଲିପାଟଣା ପୋଲିସ୍ ଥାନାକୁ ଆଣି ଡ୍ରାଇଭର କୁ ଅଟକ ରଖିଛନ୍ତି। ଫଳରେ କିଛି ଭୁଲ ନ ଥାଇ ଘଣ୍ଟା ଘଣ୍ଟା ଭୋକ ଉପାସରେ ବାଲିପାଟଣା ଥାନାରେ ବାହାର ରାଜ୍ୟର ପର୍ଯ୍ୟଟକ। ରାତ୍ରି ସମୟ ଇଁପର୍ଯ୍ୟନ୍ତ ବୁଦ୍ଧନାଥ ଙ୍କର୍ ଚେତା ଫେରିନ ଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।
