ବାଲିପାଟଣା୦୮/୦୮: ପ୍ରାୟ ପାଞ୍ଚ ଦଶନ୍ଧି ଧରି ବାଲିପାଟଣା ବାସୀଙ୍କ ପକ୍ଷରୁ ହୋଇ ଆସୁଥିବା ରାସ୍ତା ନିର୍ମାଣ ଦାବି ବହୁତ ଶିଘ୍ର ପୁରଣ ହେବାକୁ ଯାଉଛି।ବାଲିପାଟଣା ବଜାରରୁ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ବୁଦ୍ଧନାଥ ପୀଠକୁ ନୂତନ ରାସ୍ତା ନିର୍ମାଣ ପାଇଁ ସରକାରୀ ନୋଟିଫିକେସନ ପ୍ରକାଶିତ ହୋଇଛି।ପ୍ରାୟ ତିନି କିଲୋମିଟର ଏହି ରାସ୍ତା ସହିତ ବାଲିପାଟଣା ବ୍ଲକର ଅନ୍ୟ ଏକ ପଛୁଆ ଗ୍ରାମ ଚମ୍ପାବସ୍ତ ଯେଉଁ ଠାକୁ ଏପର୍ଯ୍ୟନ୍ତ ପକ୍କା ସଡକ ନିର୍ମାଣ ସ୍ୱପ୍ନ ହୋଇଥିଲା ତାହା ଏବେ ସତ୍ୟ ହେବାକୁ ଯାଉଛି।କେବଳ ସେତିକି ନୁହେଁ ବିଶ୍ୱନାଥପୁର ଭାୟା କିଆଜୋରି ସଠିଲୋ ରାସ୍ତା ସହିତ ଆହୁରି ଚାରଟି ରାସ୍ତା ନିର୍ମାଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲି ହୋଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ନିର୍ମାଣ ହେବାକୁ ଯାଉଛି । ବିଭଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓକିଲ ମହାପାତ୍ର ଦେଇଥିବା ସୂଚନା ଅନୁସାରେ ଏସ୍ଏନ ରୋଡ଼ ଗାରେଡିପାଞ୍ଚଣ ଠାରୁ ଚମ୍ପାବସ୍ତ ପର୍ଯ୍ୟନ୍ତ ୪.୦୨କିଲୋମିଟର ରାସ୍ତା ପାଇଁ ମୋଟ ୪୦୭.୩୯ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଏସ୍ ଏନ ରୋଡ଼ ବିଶ୍ୱନାଥପୁର ଠାରୁ ସଠିଲୋ ଭାୟା କିଆଜୋରି ପାଞ୍ଚ କିଲୋମିଟର ରାସ୍ତା ପାଇଁ ୫୦୬.୭୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।ସେହିପରି ଓଡ଼ଖଣ୍ଡ କଲେଜ ଠାରୁ ସାନମାଛପୁର ଭାୟା କୁରୁଞ୍ଜିପୁର ୬.୩୦ କିଲୋମିଟର ଲମ୍ବ ରାସ୍ତା ପାଇଁ ୬୩୮.୪୪ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ଆରଡ଼ି ରୋଡ଼ ଚଢ଼େଇବାର ଠାରୁ ବାରିଜଙ୍ଗ ଭାୟା ପାଣିକଟା ପାଞ୍ଚ କିଲୋମିଟର ରାସ୍ତା ପାଇଁ ୫୦୬.୭୦ଲକ୍ଷ ଟଙ୍କାର ବ୍ୟୟବରାଦ ରଖାଜାଈଛି।ସେହିପରି ବନମାଳୀପୁର ହାଇସ୍କୁଲ ଠାରୁ ଅପୂଜା ପର୍ଯ୍ୟନ୍ତ ୫କିଲୋମିଟର ରାସ୍ତା ପାଇଁ ୫୦୬.୭୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।ଖୁଵ ଶୀଘ୍ର ଏଗୁଡିକ ଟେଣ୍ଡର ଡକାଯିବା ପରେ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଏହି ରାସ୍ତା ମଧ୍ୟରୁ ବିଶ୍ୱନାଥପୁର ଓ ଗାରେଡିପାଞ୍ଚଣ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉନଥିବାରୁ ଦିର୍ଘ ଦିନ ଦାବି ପରେ ମଧ୍ୟ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇପାରିନଥିଲା।ଗ୍ରାମ ଲୋକେ ଏ ନେଇ ବିଧାୟକ ଡ ଅରବିନ୍ଦ ଢ଼ାଲିଙ୍କ ପାଖରେ ବାରମ୍ବାର ଅଭିଯୋଗ କରିବା ପରେ ବିଧାୟକ ବ୍ୟକ୍ତିଗତ ଭାବରେ ବିଭଗୀୟ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ଏହି ସମସ୍ୟା ଦୂର କରିବା ସହ ରାସ୍ତା ନିର୍ମାଣର ବାଟ ଫିଟାଇ ଥିଲେ।ଏଥିପାଇଁ ବହୁ ସ୍ଥାନୀୟ ବୁଦ୍ଧିଜୀବୀ ବିଧାୟକଙ୍କୁ ସାଧୁବାଦ ଦେଇଥିବା ବେଳେ ବିଧାୟକ ତାଙ୍କର ବକ୍ତବରେ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଯୋଗୁଁ ସମ୍ଭବ ହୋଇଥିବାରୁ ବାଲିପାଟଣା ବ୍ଲକ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
