Odisha news

ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।

0

ବାଲିପାଟଣା: ବାଲିପଟଣା ଥାନା ଅନ୍ତର୍ଗତ ଝିଂଟି ଜେନାସାହୀ ଠାରେ ସ୍ଥାନୀୟ ଭାର୍ଗବି ନଦୀରେ ଜଣେ ଛାତ୍ର ବୁଡିଯାଇ ନିଖୋଜ ଥିବା ଜଣା ପଡିଛି । ବାଲିପାଟଣା ଥାନା ଓଡରାଫ ଟିମ୍ ଦମକଳ ବାହୀନି । ବହୁ ଖୋଜାଖୋଜି ପରେମଧ୍ୟ ଛାତ୍ରର ସଂନ୍ଧାନ କିଛି ମିଳିପାରି ନାହିଁ । ପ୍ରାପ୍ତ ସୂଚନାରେ ଜଣା ପଡିଛି ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ସିଜୁଆ ଗ୍ରାମର ରାଜବିର ଜୟସିଂହ ( ୧୫) ମାଟ୍ରିକ ପରୀକ୍ଷା ସିରବା ପରେ ଝିଂଟି ଜେନା ସାହିକି ମଉସାଙ୍କ ଘରକୁ ମେଳଣ ବୁଲିବାକୁ ଆଇିଥିଲେ ।

ଗୁରୁବାର ମଧ୍ୟାହ୍ନରେ ଛାତ୍ର ଜଣକ ତାର ଦୁଇଜଣ ସାଙ୍ଗଙ୍କ ସହିତ ପାଖରେ ଥିବା ଭାର୍ଗବି ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ନଦୀର ପ୍ରଖର ସ୍ରୋତରେ ରାଜବିର ଭାସି ଯାଇଥିଲେ । ଖବର ପାଇଁ ବାଲିପାଟଣା ଦମକଳ ଓ ବାଲିଅନ୍ତା ଦମକଳ କେନ୍ଦ୍ରର କର୍ମ•ରୀ ଓ ଓଡରାଫ୍ ଟିମ ପହଁଚି ଖୋଜା ଖୋଜି କରୁଛନ୍ତି । ହେଲେ ରିପୋଟ ଲେଖା ପର୍ଯ୍ୟନ୍ତ ଛାତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ ।

Leave A Reply