ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ି ବନ୍ଧ ପୋଲିସ୍ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ୍ ମୋଟର ସାଇକେଲ ନଂ.ସିଜି-୧୩-ଜେ- ୪୪୧୬ ଏବଂ ୨ ଜଣକୁ ଗିରଫ କରିଛି। ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଠାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା। ଗିରଫ ୨ଜଣ ଛତିଶ ଗଡ଼ ରାଜ୍ୟର ରାଇଘର ଥାନା ବରମକେଲ ଅଞ୍ଚଳର ହିରାଲାଲ୍ ନିଶାଦ ଓ ଚକ୍ରଧର ବରିହା ବୋଲି ଜଣାପଡିଛି l ଏହି ଦୁଇ ଜଣଙ୍କ ନାମରେ ଏକ ମାମଲା ନଂ. ୭୭/୨୧ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ତୁମୁଡ଼ି ବନ୍ଧ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
Comments are closed.