Odisha news

ଗଞ୍ଜେଇ ଚୋରା ଚାଲାଣ ବେଳେ ବାଇକ ସହ ମାଫିଆ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସ୍ ୨୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ହିରୋ ଗ୍ଲାମୋର୍ ବାଇକ୍ ନଂ. ଓଡି ୨୬ ଡି ୬୪୨୬ ଏବଂ ଜଣକୁ ଗିରଫ କରିଛି। ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଠାରୁ ଭୋପାଳ ମଧ୍ୟପ୍ରଦେଶ କୁ ଚାଲାଣ ହେଉଥିଲା। ଗିରଫ ଜଣକ ଭୋପାଳ ଜିଲ୍ଲା ବାଗ୍ ଉମ୍ର ରୋଡ଼ ଥାନା ଅଶୋକ ବଗିଚାର ଏମ୍ ଡି ସଲମାନ୍ ବୋଲି ଜଣାପଡିଛି l ଏ ନେଇ  ଏକ ମାମଲା ନମ୍ୱର୍ ୭୬/୨୧, ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ତୁମୁଡ଼ିବନ୍ଧ ଥାନା ଅଧିକାରୀ ।
IEC 2 years

Comments are closed.