Odisha news

ଜାତୀୟ ରାଜପଥରେ ତାର ଭିଡି ଲୁଟ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜାତୀୟ ରାଜପଥରେ ତାର ଭିଡି ଲୋଙ୍କ ଲୁଟ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଡାବୁଲଘାଟି ଜିରି ଛକରେ ସୋମବାର ରାତ୍ର ରେ ଏଭଳି ଘଟଣା ଘଟିଛି  । ଏହି ଛକ ନିକଟରେ ରାସ୍ତାର ଉଭୟ ପାର୍ଶ୍ବରେ ଗଛରେ କେହି ଲୁହା ତାର ଭିଡ଼ି ଦେଇଥିଲେ । ସିମନବାଡ଼ି ଗ୍ରାମର ଉମାକାନ୍ତ ଦିଗାଲ ନିଜ ପରିବାର ଲୋକଙ୍କ ସହ ବାଇକ ଯୋଗେ ଦାରିଙ୍ଗବାଡ଼ିରୁ ନିଜ ଗ୍ରାମ ସିମନବାଡ଼ି ଗ୍ରାମକୁ ଫେରୁଥିବା ବେଳେ ରାସ୍ତାରେ ବନ୍ଧା ହୋଇଥିବା ତାର ଉମାକାନ୍ତଙ୍କ ବେକରେ ଲାଗିଯାଇଥିଲା । ଏହା ଫଳରେ ଉମାକାନ୍ତ ତଳେ ପଡିଯାଇଥିଲେ । ଥଣ୍ଡା ଯୋଗୁଁ ଉମାକାନ୍ତ ବେକରେ ଗାମୁଛା ଭିଡ଼ିଥିବାରୁ ବେକରେ ସାମାନ୍ୟ ଆଘାତ ଲାଗିଥିଲା । ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଉମାକାନ୍ତ । ଉମାକାନ୍ତଙ୍କ କହିବା କଥା କେହି ଦୁର୍ବୁତ୍ତ ତାର ଭିଡି ଲୁଟ ଉଦ୍ୟମ କରିବାକୁ ଯୋଜନା କରିଥାଇ ପାରେ । ଏଭଳି ଘଟଣା ଦାରିଙ୍ଗବାଡ଼ି ଅଂଚଳ ପାଇଁ ନୂଆଁ ହୋଇଥିବା ବେଳେ ଲୋକ ଉକ୍ତ ଜାତୀୟ ରାଜପଥରେ ଯିବା ଆସିବା ପାଇଁ ଏବେ ଭୟ କରୁଥିବା ଦେଖିବାକୁ ମିଳିଛି ।ଏଥି ପ୍ରତି ପୋଲିସ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

IEC 2 years

Comments are closed.