Odisha news

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୁଆସାହି : ମା’ ଦୁର୍ଗାଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ, ୧୭ରୁ ପୂଜା ମହୋତ୍ସବ

0
ବାଲିଗୁଡ଼ା, ତା, ୦୯/୧୦ : (ସଞ୍ଜୟ କୁମାର ପାଣିଗ୍ରାହୀ): ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳରେ ଆରମ୍ଭ ହୋଇଛି ଧାର୍ମିକ ଉତ୍ସାହ ଓ ଆଧ୍ୟାତ୍ମିକ ପ୍ରସ୍ତୁତି। ମା’ଙ୍କ ଆଗମନ ପାଇଁ ପାରମ୍ପରିକ ରୀତିନୀତି ଅନୁଯାୟୀ ନୁଆସାହି ସ୍ଥିତ ମା’ ଦୁର୍ଗା ଦେବୀଙ୍କ ପୀଠରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏହା ସହିତ ଚଳିତ ବର୍ଷର ଦଶହରା ମହୋତ୍ସବ ପାଇଁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୀଠରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଦୁର୍ଗାପୂଜା ପାଳନ କରାଯିବ। ଏଥିପାଇଁ ନୁଆସାହି ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ଆୟୋଜନ ଆରମ୍ଭ ହୋଇଥିବା ବେଳେ ପୂଜା ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୭ ତାରିଖ ଶନିବାର ଅଧିବାସ, କଳସ ଯାତ୍ରା ଓ ବିଲ୍ୱବରଣ ସହ ମହାସପ୍ତମୀ ପୂଜା ଆରମ୍ଭ ହେବ। ଏହା ସହ ନୃତ୍ୟ ଓ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୮ ତାରିଖ ରବିବାର ମହାଷ୍ଟମୀ ପୂଜା ସହ ଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସେହିପରି ୧୯ ତାରିଖ ସୋମବାର ମହାନବମୀ ପୂଜା ଓ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ରୀତିରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ। ପୂଜା ଆୟୋଜନକୁ ସଫଳ କରିବା ପାଇଁ ନୁଆସାହି ଗ୍ରାମ୍ୟ କମିଟିର ସଦସ୍ୟମାନେ ଏକଜୁଟ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ, ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସମେତ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର, ବୁଲୁ ଡାକୁଆ ଓ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
Ad2
Leave A Reply