Odisha news

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ: ଆଗକୁ ଏନ ଏ ସି ଓ ପଞ୍ଚାୟତ ନିର୍ବାଚନ, କିଏ ଧରିବ ବିଜେଡି ମଙ୍ଗ

0
ବାଲିଗୁଡ଼ା,ତା, ୦୪/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ) ; କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ୪ଟି ବ୍ଳକ ନେଇ ଗଠିତ। ବାଲିଗୁଡ଼ା ନଗର ସମେତ ବାଲିଗୁଡ଼ା ବ୍ଳକ, ତୁମୁଡ଼ିବନ୍ଧ, କୋଟଗଡ଼ ଓ କ.ନୂଆଗାଁ ବୃକକୁ ନେଇ ଗଠିତ। ଏଥିରେ ୫୫ଟି ପଞ୍ଚାୟତ ଓ ୫ଟି ଜିଲ୍ଲାପରିଷଦ ସଭ୍ୟ ଆସନ ରହିଛି। ଏହି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିମନ୍ତେ ଆଦିବାସୀଙ୍କ ନିମନ୍ତେ ସଂରକ୍ଷିତ। ଏହି ଆସନ ଗତ ତିନିଟି ନିର୍ବାଚନରେ ବିଜୁ ଜନତା ଦଳ ଅକ୍ତିଆର କରିଛି। ତା ପୂର୍ବରୁ ତିନି ନିର୍ବାଚନ ରେ ବିଜେପି ଦଖଲରେ ଥିଲା । ଗତ ୬ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ଆସିଛି। ବିଜେଡି ବିଧାୟକ ଚକ୍ରମଣି କହଁର ଗତ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ଭୋଟିଂ କରି ଦଳରୁ ନିଲମ୍ବିତ ହୋଇଛନ୍ତି। ତା’ ସାଙ୍ଗକୁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ତୃତୀୟ ସ୍ଥାନରେ ରହିଆସୁଥିଲା। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତିନି ତିନିଥର ବିଧାୟକ, ଜିଲ୍ଲା ପରିଷଦ ଅଧ୍ଯକ୍ଷା, ଦୁଇଥର ଏନ୍‌ଏସି ଅଧ୍ୟକ୍ଷ, ବ୍ଲକ୍ ଅଧ୍ଯକ୍ଷ ସମେତ ସରପଞ୍ଚ ଓ ସମିତିସଭ୍ୟ ହାତେଇବାରେ ସଫଳ ହୋଇଛି। ବାଲିଗୁଡ଼ା ବିଧାୟକ କ୍ରସ୍‌ଭୋଟିଂ ପରେ ଟୁନା ଦାସ, ପ୍ରମୋଦ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଫଳରେ ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକର ପଦାଧିକାରୀ ଓ ଶତାଧ‌ିକ କର୍ମୀ ମଧ୍ୟ ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ମଙ୍ଗ ଧରିବାକୁ ଦେବେ ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ କେବଳ ବାଲିଗୁଡ଼ା ବିଜେଡି ବିଧାୟକ ହାତେଇଥିବା ବେଳେ ଜି.ଉଦୟଗିରି କଂଗ୍ରେସ ଓ ଫୁଲବାଣୀ ବିଜେପି ଆସନ ହାତେଇଛି। ବିଜେଡିର ୨୪ବର୍ଷ ଶାସନ ପରେ ପ୍ରଥମ ଥର ବିରୋଧୀ ଦଳରେ ରହିଛି ବିଜେଡି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅନ୍ୟ ଦୁଇ ବିରୋଧୀ ଦଳ ନିର୍ବାଚନ ପାଇଁ ସଜବାଜ ହେଉଥିବା ଥୁବାବେଳେ ବିଜେଡିରେ ମାନ୍ଦାବସ୍ଥା ଦେଖିବାକୁ ମିଳୁଛି। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପଦାଧିକାରୀ ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଘୋଷଣା କରାଯିବ। ବିଗତ ବର୍ଷ ଭଳି ଏହି ନିର୍ବାଚନରେ ବି ସମସ୍ତ ଆସନରେ କିଭଳି ବିଜୟୀ ହେବ ସେଥି ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇସାରିଛି ବୋଲି ମତ ରଖିଛନ୍ତି। ସେହିଭଳି ଶାସକ ବିଜେପି ଗତ ସାଧାରଣ ନିର୍ବାଚନ ଦଳ ଶାସନକୁ ଆସିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ସେହି ଉତ୍ସାହ ବର୍ତ୍ତମାନ କିଛି ମାତ୍ରାରେ କମ୍ ଥିବା ଭଳି କୁଆଡ଼େ ଚର୍ଚ୍ଚା ହେଉଛି। ଗତ ୬ଟି ସାଧାରଣ ନିର୍ବାଚନକୁ ଦେଖିଲେ କଂଗ୍ରେସ ଅଳ୍ପକେ ବ୍ୟବଧାନରେ ହାରିଛି। ଦଳ ଭିତରେ ଅନେକ ଅସନ୍ତୋଷ ରହିଥ‌ିବା ଭଳି ମନେ ହେଉଛି। ଗୋଟିଏ ଗୋଷ୍ଠୀର କର୍ମୀଙ୍କ ମନପସନ୍ଦ ପ୍ରାର୍ଥୀଙ୍କୁ ଟିକଟ ମିଳିଲେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ଦଳ ବିରୋଧ କାମ କରୁଥିବା ଚର୍ଚ୍ଚା ହେଉଛି। ଏଣୁ ଆଗକୁ ଦେଖିବାକୁ ବାକି ରହିଲା ଯେ, ଏନ ଏ ସି ଏବଂ ପଞ୍ଚାୟତ ନିର୍ବାଚନ ରେ କିଏ କେତେ ଆସନ ହାତେଇବା ସହ ବିଜେଡି ର ମଙ୍ଗ କିଏ ଧରୁଛି ?
Nalco
Leave A Reply