ବାଲିଗୁଡା,୩୦/୬-; ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ପଂଚାୟତର କାଚାରଲଇ ଠାରେ ନୁତନ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଗ୍ରାମର ମହିଳାମାନେ ଆଜି ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ କାଚାରଲଇ ଠାରେ ଅଙ୍ଗବାଡି କେନ୍ଦ୍ର ନାହିଁ ,କାଚାରଲଇ ଠାରୁ ପ୍ରାୟ ଦୁଇରୁ ତିନିକିମି କିଲୋମିଟର ଦୁରତା ପରେ ରହିଛି ଅଙ୍ଗବାଡି କେନ୍ଦ୍ର । ସେହି କେନ୍ଦ୍ରକୁ ଶିଶୁ ମାନଙ୍କୁ ଧରିକି ଯିବାକୁ ପଡୁଛି ଯାହାକି ସବୁଦିନ ଯିବା ଆସିବା କରିବା କଷ୍ଟସାଧ୍ୟ ହେବାକୁ ପଡୁଛି । ଏଣୁ ଆମ ଗ୍ରାମରେ ମିନି ଅଙ୍ଗନବାଡି କେନ୍ଦ୍ର ଟିଏ ଖୋଲିଲେ ଆମ ଗ୍ରାମର ଛୋଟପିଲା ସହିତ କିଶୋରୀ ମାନେଉପକୃତ ହୋଇପାରିବେ । ଉକ୍ତଦାବୀପତ୍ର ଦେବା ସମୟରେ କାଚାରଲଇ ଗ୍ରାମର ସସ୍ମିତା ପ୍ରଧାନ,ମମତାକହଁର,ଦସ୍ମି ଅମାୟତ,କୈଳାସ ପାତ୍ର ,ଗିତାଂଜଳି ପ୍ରଧାନ ସମେତ ଅନେକ ମହିଳା ମାନେ ଉପସ୍ଥିତ ଥିଲେ ।
