Odisha news

ଘର ପୋଡ଼ି,ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ 

0
ବାଲିଗୁଡ, ତା, ୩୦/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେନ୍ତୁଳିଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ଉକ୍ତ ଗ୍ରାମର ଗୋପବନ୍ଧୁ ନାୟକଙ୍କ ଘର ପୋଡ଼ି ହୋଇ ନଗଦ ଟଙ୍କା ସହ, ଧାନ, ଚାଉଳ, ଲୁଗାପଟା, ଆସବାବପାତ୍ର ଇତ୍ୟାଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ନଷ୍ଟ ହୋଇଯାଇଛି I ସୂଚନାରୁ ଜଣାପଡିଛି ମଙ୍ଗଳବାର ସକାଳେ ନିଜ ଗୃହରେ କାଠ ଚୁଲାରେ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ହଠାତ ଘରର ଆସବାବ ଉପରେ ନିଆଁ ପଡି  କିଛି କ୍ଷଣ ମଧ୍ୟରେ ଘରସାରା ମାଡି ଯାଇ ଘରର ଅଧିକାଂଶ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା I ଏହି ଦୃଶ୍ୟ ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇବାରେ ଲାଗି ପଡ଼ିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I କିଛି କ୍ଷଣ ମଧ୍ୟରେ ଅଗ୍ନିଶମ ବାହିନୀ ଅଧିକାରୀ ସୁଧାକର ନାୟକଙ୍କ ନେତୃତ୍ୱରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ I ପରବର୍ତ୍ତୀ ସମୟରେ ସ୍ଥାନୀୟ ତହସିଲଦାର ହରିଚନ୍ଦ୍ର ପ୍ରଧାନ ଏବଂ ରାଜସ୍ବ ନିରୀକ୍ଷକ ସୁମନ୍ତ କୁମାର ଯାନୀ, ଗୋପବନ୍ଧୁ ନାୟକଙ୍କ ଗୃହକୁ ଯାଇ କ୍ଷୟ କ୍ଷତିର ନିରୀକ୍ଷଣ କରିବା ସହ ଆକଳନ କରିଥିଲେ I ଏବାବଦରେ ରାଜସ୍ବ ନିରୀକ୍ଷକ ଶ୍ରୀ ଯାନୀଙ୍କ ସହ ଆଲୋଚନା କରାଯାଇଥିଲା,ସେ କହିଥିଲେ ସମସ୍ତ ବିଷୟ ଉପର ଅଧିକାରୀଙ୍କୁ ଅବଗତ କରା ଯାଇ ଅଛି, ସହାୟତା ଆସିଲେ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ I
IEC 2 years
Leave A Reply