Odisha news

ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ : ତଦନ୍ତ ଅବ୍ୟାହତ 

0
ବାଲିଗୁଡା, ତା, ୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଝାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି I ପଘଟଣା ରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ଭୁବନି ମଲିକ(୭୦) ନାମକ ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟା ସମୟରେ ନିଜ ଘରେ ଚେରରେ ବସିଥିବା ସମୟରେ ମୁହଁ ମାଡି ହୋଇ ତଳେ ପଡ଼ି ଅଚେତ ହୋଇଯାଇଥିଲେ I ପରିବାର ଲୋକ ତୁରନ୍ତ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଚିକିତ୍ସା କରାଉଥିଲେ, ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ମୃତ ବ୍ୟକ୍ତିଙ୍କ ପାଟିରୁ ରକ୍ତ ବାହାରୁ ଥିବାରୁ ଡାକ୍ତର ସନ୍ଦେହ କରି ତୁରନ୍ତ ଟିକାବାଲି ପୋଲିସକୁ ଖବର ଦେଇଥିଲେ I ଟିକାବାଲି ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୦୫/୨୬ରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ଶନିବାର  ମୃତ ଶରୀରକୁ ବ୍ୟବଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରିଥିବା ବିଷୟ ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି I
Govt
Leave A Reply