ବାଲିଗୁଡା, ତା, ୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ଦିନ ଦିପହରେ ଘର ସମ୍ମୁଖରୁ ମୋଟର ସାଇକେଲ ଚୋରି ହୋଇଛି | ଏହିଭଳି ଘଟଣା ଟି ଦେଖୁବାକୁ ମିଳିଛି ବାଲିଗୁଡା ସହରର ଇଲେକ୍ଟ୍ରି ଅଫିସ ସାମ୍ନା ରେ ଥିବା କେ.ସୁଶାନ୍ତ କୁମାର ମହାପାତ୍ର ଙ୍କ ଘର ସମ୍ମୁଖରୁ ଅପରାହ୍ନ ପ୍ରାୟ ୩ ଘଣ୍ଟ ସମୟରେ ସୁଶାନ୍ତ ନିଜ କାମ ସାରି ପ୍ରାୟ ୨ ଟା ସମୟରେ ନିଜ ମୋଟର ସାଇକେଲ ରେ ଘରକୁ ଆସିଥିଲେ, ଘର ସମ୍ମୁଖରେ ମୋଟର ସାଇକେଲ ଗ୍ଲାମର ଗାଡି ନଂ OD 12C 6003 କୁ ହେଣ୍ଡଲ ଚାବି ପକାଇ ଘରଜୁ ଯାଇଥିଲେ | ପ୍ରାୟ ସାଢେ ୩ ଘଣ୍ଟ ସମୟରେ ଘରୁ ବାହାରକୁ ଆସି ଦେଖୁବା ବେଳେ ମୋଟର ସାଇକେଲ ନାହିଁ | ଆଖପାଖ ରେ ଖୋଜିଥିଲେ ଓ କିଛି ଲୋକଙ୍କୁ ମଧ୍ୟ ପଚାରି ବୁଝିଥିଲେ | କିନ୍ତୁ ମୋଟର ସାଇକେଲର କୌଣସି ସୁରାକ ନପାଇ ଶେଷରେ ଥାନାରେ ମୋଟର ସାଇକେଲ ହଜିଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି |
