Odisha news

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳଦିବସ ଓ ପ୍ରବେଶ ଉତ୍ସବ ପାଳନ 

0
ବାଲିଗୁଡା, ତା, ୦୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ, ଓ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ଦାସ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ  କରିଥିଲେ l ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ର ସମ୍ପାଦକ ରାଘବ ମଲ୍ଲିକ, କୋଷାଧକ୍ଷ ମନୋରଞ୍ଜନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ଦଳବେହେରା, ମୁଖ୍ୟବକ୍ତା ଭାବରେ ସାଂସଦ ପ୍ରତିନିଧି ଜୀତେନ୍ଦ୍ର ଡାକୁଆ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଦିବସର ବୈଶିଷ୍ଟ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍କଳ ଦିବସ ର ମହତ୍ଵ ଓ ପ୍ରବେଶ ଉତ୍ସବ ବିଷୟରେ ଅବଗତ କରାଇଥିଲେ । ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Leave A Reply