Odisha news

ବିଏସ୍ଏସ୍ଏଲ ନେଟ୍‌ୱର୍କ ବାରମ୍ବାର ଅଚଳ : ଥାନାରେ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ 

0
ବାଲିଗୁଡା,ତା, ୦୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଠାରେ ବିଏସ୍ଏସ୍ଏଲ ନେଟ୍‌ୱାର୍କ  ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ତାରିଖ ମଧ୍ଯ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ ମଧ୍ଯ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ଗ୍ରାମବାସୀ ତାତିଛନ୍ତି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଗ୍ରାମବାସୀ ଙ୍କ ପକ୍ଷରୁ ତୁରନ୍ତ ଏହି ସେବା ଯୋଗାଇଦେବା ପାଇଁ ଗ୍ରାମବାସୀ ଥାନାରେ ଲିଖୂତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଜାତୀୟ ମାନବାଧୂକାର କର୍ମୀ ବିକ୍ରମ ବସ୍ତରାୟ କହିଛନ୍ତି ଯେ, ସେ ଗ୍ରାମବାସୀଙ୍କ ଦ୍ବାରା ପ୍ରତିନିଧି ଭାବେ ଥାନାରେ ପହଞ୍ଚି ଏହି ଅଭିଯୋଗ ପତ୍ର ଆଇଆଇସି ବିଜୟ କୁମାର ହାଇବୁରୁ ଙ୍କୁ ଦାଖଲ କରିଥିବା କହିଛନ୍ତି। ସେ ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବ୍ରାହ୍ମଣୀଗାଁ ସମେତ ଉକ୍ତ ଥାନା ଅଞ୍ଚଳର ଝିଞ୍ଜିରୀଗୁଡା, କାଟିଙ୍ଗିଆ, କୁମ୍ଭାରୀଗାଁ ପଞ୍ଚାୟତ ଅଞ୍ଚଳରେ ଏହି ସେବା ଅଚଳ ହୋଇପଡ଼ିଛି। ବିଏସ୍ଏନ୍‌ଏଲ୍‌ ର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାରେ ଦାବି କରାଯାଇଛି। ଏବେ ଅଞ୍ଚଳରେ ମୋବାଇଲ ସେବା ଓ ଇଣ୍ଟରନେଟ୍ ସେବା ଅଚଳ ଯୋଗୁ ଉପଭୋକ୍ତା ମାନେ ବହୁ ଅସୁବିଧା ସମ୍ମୁଖୀନ ଭୋଗୁଥ‌ିବା ଅଭିଯୋଗ କରାଯାଇଛି।
Leave A Reply