ବାଲିଗୁଡା,୩୧/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଇତିହାସ ବିଭାଗ ତରଫରୁ ଏକ ପାଠଚକ୍ର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷୟ ବସ୍ତୁଥିଲା ” ୧୮୧୭ର ପାଇକ ବିଦ୍ରୋହ “। ବିଭାଗୀୟ ଅଧ୍ୟାପକ ମାନସ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନତାରେ ବିଭାଗର ତୃତୀୟ ବର୍ଷର ଛାତ୍ର ବିଶ୍ଵ ମୋହନ ମଲ୍ଲିକ ଓ ଛାତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ ଏହି ସମ୍ବନ୍ଧରେ ପାଠ କରିଥିଲେ। ଆନ୍ତରିକ ଗୁଣବାର୍ତ୍ତା ସଂଯୋଜକ ହିମାଂଶୁ ଶେଖର ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।