Odisha news

ଜିଲ୍ଲାପାଳ ଅଭିଯୋଗ ଶୁଣାଣି

0

ବାଲିଗୁଡା,୨୭/୧୦-;ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୁଷଣ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଏସପି ହରିଶ ବିଶି ଙ୍କ ମିଳିତ ଏପିଡି ଏସଏନ ନନ୍ଦି ,ଜିଲ୍ଲା ଚିକିସôା ଅଧିକାରୀ ଡା ସନ୍ତୋଷ କୁମାର ପାଢୀ,ଉପଜି୍ଲ୍ଲାପାଳ ପ୍ରଣୀତା ଦାସ, ଓ ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଂଚାସିନ ଥିଲେ । ବ୍ୟକ୍ତଗତ ୪୩ ଓ ଗୋଷ୍ଠିଗତ ଭାବେ ୩୦ଟି ସମୁଦାୟ ୭୩ଟି ଅଭିଯୋଗ ସୁଣାନି ହୋଇଛି । ଏଥିରେ ଭତା,ଭିନ୍ମକ୍ଷମ,ପାନୀୟଜଳ ସମସ୍ୟା,ସାମ୍ବାଦିକ ମାନଙ୍କ କାର୍ଯ୍ୟାଳୟ ନିମନ୍ତେ ଜାଗା ଆଦି ଅନେକ ପ୍ରକାରର ଅଭିଯୋଗ କରିଛନ୍ତ । ତହସିଲଦାର ଦୀପ୍ତିପ୍ରକାଶ ବେହେରା, ବିଡିଓ ଅକ୍ଷୟ ମଲ୍ଲିକ ସମେତ ଜିଲ୍ଲା ତଥା ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ । ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Nalco
Leave A Reply