ବାଲିଗୁଡା, ତା, ୦୯/୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଦାମିଲା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ଉକ୍ତ ଗ୍ରାମର ନାଡେଙ୍ଗା ମଲ୍ଲିକ ନିକଟସ୍ଥ ଏକ ସଲପ ଗଛ ରୁ ରସ ବାହାର କରିବା ପାଇଁ ଗଛ ଉପରେ ଚଢ଼ିଥିଲେ, ହଠାତ କୌଣସି କାରଣ ବଶତଃ ତଳକୁ ଖସି ପଡ଼ିଥିଲେ l ନିକଟରେ ଥିବା ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ ବାଲିଗୁଡା ପୋଲିସ ମେଡିକାଲ ରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଅବ୍ୟାହତ ରଖିଛି l