ଗୁମୁଡୁମାହା ଗୁଳିକାଣ୍ଡ କୁ ୧୦ ବର୍ଷ : ସାର୍ବଜନୀନ ହେଲା ନାହିଁ ନ୍ୟାୟିକ ତଦନ୍ତ ରିପୋର୍ଟ : ନ୍ୟାୟ ଅପେକ୍ଷାରେ ଅଞ୍ଚଳବାସୀ
ବାଲିଗୁଡା, ତା, ୦୮/୦୭,: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମୁଡୁମାହା ଗାଁ ରେ ଆଜକୁ ଠିକ ୧୦ ବର୍ଷ ପୂର୍ବେ ଅନ୍ଧାର ରାତିରେ ସୁରକ୍ଷା କର୍ମୀ ଙ୍କ ଅନ୍ଧାରିଆ ଗୁଳି ମାଡରେ ଜଣେ ଶିଶୁ ସମେତ ପାଞ୍ଚ ଜଣ କେଉଁ କାରଣ ଯୋଗୁଁ ବର୍ଷା ରାତିରେ ଟଳି ପଡିଥିଲେ ତା’ ର କାରଣ ଖୋଜୁଛନ୍ତି ତଥାପି ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ବସିଥିବା ନ୍ୟାୟିକ ତଦନ୍ତ ର ରିପୋର୍ଟ ସାର୍ବଜନୀନ କରିବାରେ ବିଫଳ ହୋଇଛି । ନୂତନ ସରକାର କୁ ୧ ବର୍ଷ ହୋଇଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ନେଇ ନ ନଥିବା ବିଷୟ ଗୁମୁଡୁମାହା ବାସୀ କହିଛନ୍ତି । ପ୍ରକାଶ ଯେ, ୨୦୧୬ ମସିହା ଜୁଲାଇ ୮ ତାରିଖରେ ଏନ ଆର୍ ଜି ଏସ ଟଙ୍କା ଉଠେଇ ବାଲିଗୁଡ଼ା ରୁ କାମ ସାରି ସନ୍ଧ୍ୟା ସମୟରେ କୁର୍ତମଗଡ ଦେଇ ଦୁର୍ଗମ ଅଞ୍ଚଳ ଗୁମୁଡୁମାହା ଯାଉଥିବା ସମୟରେ ବର୍ଷା ଯୋଗୁଁ କାଦୁଅ ରେ ଅଟୋ ଟି ଫସି ଯାଇଥିଲା ଆଉ ନିରୀହ ଆଦିବାସୀ ଲୋକ ଗାଡ଼ିକୁ ଧକ୍କା ଦେଇ ଅଟୋକୁ ଉଠେଇବାକୁ ଚେଷ୍ଟା କରୁଥବା ବେଳେ ବାମ ପାର୍ଶ୍ୱରେ ସୁରକ୍ଷା କର୍ମୀ ଅଚାନକ ଆଖିବୁଜା ଗୁଳି ଚାଳନା କରିଥଲେ ସେହି ଗୁଳିରେ ଟଳି ପଡ଼ିଲେ ପାଞ୍ଚ ନିରୀହ ଆଦିବାସୀ ମହିଳା ପୁରୁଷ ଓ ଛୋଟ କୁନି ପୁଅ । ଠିକ ଆଜିର ଦିନରେ ସେହି ଗାଁ ର ଲୋକ ମାନେ ସେମାନଙ୍କ ପରିବାର କୁ ନେଇ ଏକାଠି ହୋଇ ସେମାନଙ୍କ ସ୍ମୃତି ଚରଣ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କ ଦାବୀ ଉପସ୍ଥାପନ କରିଥାନ୍ତି । ଆଜି ମଧ୍ୟ ପ୍ରତ୍ଯେକ ବର୍ଷ ପରି ମୃତ୍ୟୁ ବରଣ କରିଥିବା ୫ ଜଣଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ସ୍ମୃତି ଚାରଣ କରିଥିଲେ । ଘଟଣା ପରେପରେ ଏହି ଦୁର୍ଗମ ଅଞ୍ଚଳକୁ ସରକାରୀ ଚେଷ୍ଟାରେ ପକ୍କା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ଓ ମୃତକ ପରିବାରଙ୍କୁ କିଛି ଆର୍ଥିକ ସହାୟତା , ସ୍କୁଲ ଗୁଡିକରେ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ହେଲେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନେଇ କମିଶନ ବସିଲା ସେହି କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ରିପୋର୍ଟ ସାର୍ବଜନୀନ କରିନଥିବା ବେଳେ ଉପଯୁକ୍ତ ଦୋଷୀକୁ ଦଣ୍ଡ ପ୍ରଦାନ କରିବା ସହିତ ପରିବାର ପ୍ରତିପୋଷଣ କରିବାକୁ ସ୍ଥାୟୀ ରୋଜଗାର ବ୍ୟବସ୍ଥା କରିବା ଆଶା ପୋଷଣ କରିଛନ୍ତି ନିରୀହ ଗୁମୁଡମାହା ଅଞ୍ଚଳବାସି।
