ବାଲିଗୁଡା,୭/୭-;ଅବକାରୀ ବିବାଗ ସୁପରିଟେଣ୍ଡେଣ୍୍ଟ ଶୁଶାନ୍ତ କୁମାର ପାଡୀଙ୍କ ନିଦେ୍ର୍ଧଶକ୍ରମେ ବାଲିଗୁଡା ରେଂଜ ଇନିସପେକ୍ଟର ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଏକ ଗଂଜେଇ କେଶରେ ପାଂଚଜଣ ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ବାଲିଗୁଡା ରେଂଜ ଅନ୍ତର୍ଗତ ଖମନଖୋଲ ଘାଟିରେ ଏକ ମହିନ୍ଦା୍ର ମାରାଜୋ କାର ଆସୁଥିବା ଦେଖି ତାକୁ ଅଟକାଇଥିଲେ ଓ କାର କୁ ଯାଂଚ କରିବା ସମୟରେ କାର ଭିତରେ ଗଂଜେଇ ଚାଲାଣ ହେଉଥିଲା । କାରଭିତରୁ ଗଂଜେଇ ୬୦କେଜି ଜବତ ହୋଇଥିଲା ଜବତ ହୋଇଥିବା ଗଂଜେଇର ମୁଲ୍ୟ ୧୫ଲକ୍ଷଟଙ୍କା ହେବ । ଗିରଫ ହୋଇଥିବା ପଂଚ ଜଣ ମଧ୍ୟରୁ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ ସେମାନେ ହେଲେ ୱେଷ୍ଟବେଙ୍ଗଲ ରାଜ୍ୟର ନଦିଆ ଜିଲ୍ଲାର କ୍ରୀର୍ଷ୍ଣାଗଂଜ ଥାନ ଅଂଚଳର ସନ୍ତୁଦାସ,ହରଦର ଦାସ,ବାପି ଦାସ ଏବଂ ମହିଳା ଦୁଇଜଣ ହେଲେ ଭାରତୀ ବିଶ୍ୱାସ ଓ ଜମୁନାରାଣି ବିଶ୍ୱାସ । ଗିରଫ ୫ଜଣଙ୍କୁ ବାଲିଗୁଡା ଅବକାରୀ ବିଭାଗ କେଶ ନମ୍ବର ୬୯/୨୦୨୫ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛନ୍ତି । ଉକ୍ତ ଚଢାଉରେ ସୁମିତ୍ରା ଦଳେଇ- ଓଆଇସି ,ଏନ ତ୍ରିପତି ରାଓ- ଏଏସଆଇ,ଅମୁଲ୍ୟ ଲେଙ୍କାସଂଜିବ ପ୍ରଧାନ,ଶ୍ୟାମ ସୁନ୍ଦର ପ୍ରଧାନ, ଓ ନିଳକଣ୍ଠବାରିକ ପ୍ରମୁଖ ସାମିଲଥିଲେ ।
