Odisha news

” ବିପଦର ବନ୍ଧୁ” ଅନୁଷ୍ଠାନ ତରଫରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ 

0
ବାଲିଗୁଡା, ତା, ୨୯/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବସଷ୍ଟାଣ୍ଡ ପରିସରରେ “ବିପଦର ବନ୍ଧୁ” ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ରବିବାର ରାତ୍ରରେ ଯାତ୍ରୀ ଓ ଅନ୍ୟ ମାନଙ୍କୁ ଦେୟମୁକ୍ତ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏହି ଦେୟମୁକ୍ତ ଖାଦ୍ୟ ବଣ୍ଟନ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଦିଆଯିବା ପାଇଁ ଏହି ଅନୁଷ୍ଠାନ ଧାର୍ଯ୍ୟ କରିଛି,  କାରଣ ଶେଷ ରବିବାର ଦିନ ବାଲିଗୁଡା ବସଷ୍ଟାଣ୍ଡ ର ସବୁ ଦୋକାନ ବଜାର ବନ୍ଦ ରହୁଛି l ଏହାକୁ ଆଖି ଆଗରେ ରଖି ଯେଭଳି ଯାତ୍ରୀ ମାନେ କେହି ଭୋକ ଉପବାସରେ ନ’ ରହି ଓ ଯେପରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ଏଥି ନିମନ୍ତେ ଏହାର ଆୟୋଜନ କରାଯାଇଛି। ବସଷ୍ଟାଣ୍ଡ ରେ ଲାଗୁଥିବା ସମସ୍ତ ବସ କୁ ଯାଇ ଏହି ସଂଘ ର ସଦସ୍ୟ ମାନେ ସବୁ ଯାତ୍ରୀ ଙ୍କୁ ଡାକି ଡାକି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି ସଂଘ ଅସହାୟ ମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ସହ ରୋଗୀଙ୍କୁ ରକ୍ତଦାନ କରିବା, ଗାଈଗୋରୁଙ୍କୁ ସେବା ଭଳି ଅନେକ ମହତ୍ କାମ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏହି ମହତ କାର୍ଯ୍ୟ ରେ ଅନୁଷ୍ଠାନର ଆବାହକ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
Nalco
Leave A Reply