Odisha news

ଖୁଲମ୍ ଖୋଲା ବାଜୁଛି ଡିଜେ, ଫୁଟୁଛି ବାଣ : ଗଛରେ ପକ୍ଷୀ ମେଡିକାଲ ରେ ରୋଗୀ ଅସୁରକ୍ଷିତ : ପ୍ରଶାସନ ନିରବଦ୍ରଷ୍ଟା

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ, ବ୍ୟବସାୟୀ ମହଲ ରୁ ଅଭିଯୋଗ ସତ୍ତ୍ୱେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଅଧିକା ଶବ୍ଦରେ ଡିଜେ ବାଜିବା ଓ ମନ ଇଚ୍ଛା ବାଣ ଫୁଟାଇବା ଏକ ଫ୍ୟାସନ ହୋଇଗଲାଣି l ସବୁ ଆଇନ କାନୁନ କୁ ଫୁ କରିଦେଇ ଅତି ଉତ୍କଟ ଶବ୍ଦ କରି ପ୍ରତିଯୋଗିତା କରାଯାଇ ତିଜେ ବଜାଇବା ସହ ବାଣ ମଧ୍ୟ ଫୁଟାଯାଉଛି । ବର୍ତ୍ତମାନ ବିବାହ ଋତୁ ଚାଲୁଥିବା ସହ ଏହି ଅଞ୍ଚଳରେ ଏକ ମାସିଆ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଯାହାକି ପ୍ରତିଦିନ ପ୍ରଚଣ୍ଡ ଶବ୍ଦରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଡିଜେ ବଜାଇବା ସହ ବାଣ ଫୁଟାଇବା ଶବ୍ଦରେ ସମଗ୍ର ସହରର ଜନସାଧାରଣ ଅଣ ନିଃଶ୍ୱାସୀ ହୋଇପଡୁଛନ୍ତି । ବିଶେଷକରି ଗଛ ଗୁଡିକରେ ବସା ବାନ୍ଧି ରହିଥିବା ପକ୍ଷୀ ମାନେ ରାତ୍ରରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି l ବର୍ତ୍ତମାନ ଠାକୁରାଣୀ ଯାତ୍ରା ସହ ବିଭିନ୍ନ ସମୟରେ ବିଭିନ୍ନ ଯାତ୍ରା ଗହଳି ଓ ବିବାହ ଓ ବ୍ରତ କାର୍ଯ୍ୟ ସମୟରେ ସହର ପରିକ୍ରମା ବେଳେ ମଧ୍ୟ ଅଧିକା ସାଉଣ୍ଡ ସହ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡୁଛି l ଏହି ସମୟରେ କୌଣସି ପୋଲିସ ବାବୁଙ୍କ ଦେଖା ନଥାଏ l ଏ ସମୟରେ ଟ୍ରାଫିକ ସମ୍ଭାଳିବା ବହୁ କଷ୍ଟ କର ହୋଇପଡେ l ସହର ହେଉ କି ଗ୍ରାମାଞ୍ଚଳ କେଉଁ ସ୍ଥାନରେ ମଧ୍ୟ ନିୟମ କୁ ପାଳନ ନକରି ମନ ଇଚ୍ଛା ସନ୍ଧ୍ୟା ଠାରୁ ପୁଣି ରାତି ପାହିବା ପର୍ଯ୍ୟନ୍ତ ନିଶାସକ୍ତ ହୋଇ ଏହି ପ୍ରଚଣ୍ଡ ଶବ୍ଦ ସୃଷ୍ଟି କାରୀ ଡିଜେ ବାଜା ବଜାଇବା ସହ ବାଣ ଫୁଟାଉଛନ୍ତି l  ଏ ସମ୍ପର୍କରେ କେହି ମଧ୍ୟ ପ୍ରତିବାଦ କରିବାକୁ ସାହସ କରନ୍ତି ନାହିଁ, କାରଣ ଏମାନେ ଏମିତି ଭୟଙ୍କର ଅବସ୍ଥାରେ ଥାନ୍ତି ଯେ, ସମ୍ପୂର୍ଣ୍ଣ ହିତାହିତ ଜ୍ଞାନ ଭୂଲି ଯାଇଥାନ୍ତି l ଆଉ ଯେଉଁ ମାନେ ପ୍ରତିବାଦ କରନ୍ତି, ସେତେବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ସହ ହାତାହାତି ହେବା ଭଳି ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ନଜିର ରହିଛି l  କିନ୍ତୁ ଏ ସଂକ୍ରାନ୍ତ ରେ ପ୍ରଶାସନ କୌଣସି ପ୍ରକାରେ ପଦକ୍ଷେପ ନେଉନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି l ବ୍ୟାପକ ଶବ୍ଦ ପ୍ରଦୂଷଣ ସହିତ ଉଚ୍ଚ ରକ୍ତଚାପ, ହାର୍ଟ ରୋଗୀ , ବୃଦ୍ଧ ବୃଦ୍ଧା, ରୋଗୀ, ଛାତ୍ର ଛାତ୍ରୀ ମାନେ ଏହାର କୁ ପ୍ରଭାବ ରେ ପ୍ରଭାବିତ ହୋଇ ଆସୁଛନ୍ତି। ସରକାର ବିଭିନ୍ନ କଟକଣା ଜାରି କରିଥିବା ବେଳେ ପ୍ରଶାସନ ଏଥି ପ୍ରତି ଆଖୁବୁଳି ଦେଇଛି। ତେବେ ଏହି ମାରାତ୍ମକ ଶବ୍ଦ ପ୍ରଦୂଷଣ କୁ ଖୋଜିବ କିଏ ? ପୋଲିସ, ପ୍ରଶାସନ, ନା ‘ ନିର୍ବାଚିତ ଲୋକପ୍ରତିନିଧି ସେମାନେ ନିଜର ସ୍ୱାର୍ଥ ପୂରଣ ପାଇଁ ନୀରବ ଦ୍ରଷ୍ଟା ସାଜି ଏହି ମୁଷ୍ଟିମେୟ ବିଶୃଙ୍ଖଳ ବ୍ୟକ୍ତି ମାନଙ୍କୁ ସୁଯୋଗ ଦେଉଛନ୍ତି ଯାହାକି ଶାନ୍ତି ପ୍ରିୟ ନିରୀହ ଜନସାଧାରଣ ଙ୍କୁ ଚିନ୍ତାରେ ପକାଇଛି I ଏହି ବାଜା ବାଜୁଥିବା ବେଳେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଦୁଇ ଜଣ ଲୋକ କଥା ବାର୍ତା କରିବା ସମ୍ଭବ ହେଉନାହିଁ। ଦୋକାନ ବଜାର ରେ ଠିଆ ହୋଇ ନିଜ ଆବଶ୍ୟକୀୟ ଜିନିଷ କିଣିବା ସମ୍ଭବ ହେଉନାହିଁ, ଦୋକାନ କିମ୍ବା ଘରର ଜିନିଷ ପତ୍ର ମଧ୍ୟ ଏହି ଶବ୍ଦର କମ୍ପନ ରେ ଗଡି ପଡୁଛି l ମେଡିକାଲ ଓ ଘରେ ଥିବା ଦୁରାରୋଗ୍ୟ ବ୍ୟାଧି, ଛାତ୍ର ଛାତ୍ରୀ ମାନେ ନିଜ ଘରେ ରହି ପାଠ ପଢ଼ିବା ସମ୍ଭବ ହୋଇ ପାରୁ ନାହିଁ l ସରକାରଙ୍କ ସମ୍ପୂର୍ଣ୍ଣ କଟକଣା ଥାଇ ସୁଦ୍ଧା ଏମାନେ ଏତେ ଜୋରରେ ତିଜେ ବଳାଇବା ଓ ବାଣ ଫୁଟାଇବାକୁ କିପରି ଅନୁମତି ପାଇଛନ୍ତି  I ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଶବ୍ଦ ପ୍ରଦୂଷଣ କୁ ତିନି ଭାଗରେ ବିଭକ୍ତ କରାଯାଇଛି। କମର୍ସିଆଲ, ରେସିଡେନ୍ସିଆଲ ଓ ସାଇଲେନ୍ସ ଜୋନ୍ ଓ ଏହିସବୁ ଅଂଚଳରେ ଅଧିକ ମାତ୍ରାରେ ଶବ୍ଦ କରାଯାଇପାରିବ ନାହିଁ ବୋଲି ଵିଧିବଦ୍ଧ ନିୟମ ରହିଛି । କିନ୍ତୁ ଏସବୁ କୁ ପ୍ରଶାସନ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ମନଇଚ୍ଛା ଡିଜେ ବଜାଇବା ସହ ବାଣ ଫୁଟାଉଛନ୍ତି । ଯଦି ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ ନକରେ ଲୋକେ ନିଜ ତରଫରୁ ବିରୋଧ କରିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ଓ ଆବଶ୍ୟକ ପଡ଼ିଲେ ଆଇନ କୁ ହାତକୁ ନେବେ ବୋଲି ଜଣାପଡିଛି । ତେବେ ଏ ସବୁ କ୍ଷେତ୍ରରେ ପ୍ରଶାସନ ନିରୁପାୟ ହୋଇ ହାତ ବାନ୍ଧି ବସିବା ର ଉଦେଶ୍ୟ କ’ଣ  ସାଧାରଣ ରେ ଆଲୋଚନା ହେଉଛି l ଏ ଦିଗରେ ଉଚ୍ଚ ପଦାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି l
IEC 2 years
Leave A Reply