Odisha news

ସଟ ସର୍କିଟ ରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ପୋଡିଗଲା , ଆସବାବପତ୍ର ସହ ବହୁ ଜିନିଷ ନଷ୍ଟ : ସହାୟତା ପାଇଁ ଦାବୀ

0
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ରେବିଙ୍ଗିଆ ପଞ୍ଚାୟତ ବଜାର ସାହି ବାସିନ୍ଦା ଅଜିତ ବେହେରା ଙ୍କ ଘରେ ସୋମବାର ବିଳମ୍ବିତ ରାତି ରେ କୌଣସି କାରଣରୁ ଘରେ ସଟ ସର୍କିଟ ରୁ ନିଆଁ ଲାଗିଥିଲା l ଅଜିତ ଙ୍କ ଗୋଟିଏ ଘର ସମ୍ପୂର୍ଣ୍ଣ ଭାବେ ନିଆଁ ରେ ପୋଡି ହୋଇଯାଇଛି l
ଅଗ୍ନିକାଣ୍ଡ ଏତେ ପ୍ରଖର ଥିଲା, ଯେ,  ସ୍ଥାନୀୟ ଲୋକ ପହଂଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁ କୁ ଆୟତ୍ତ କରିବା ଅସମ୍ଭବ ହୋଇପଡିଥିଲା  | ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ପହଂଚିଲା ପରେ ନିଆଁ କୁ ଆୟତ୍ତ କରିଥିଲେ, କିନ୍ତୁ ସୌଭାଗ୍ୟ ବଶତଃ ନିଆଁ ରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ପରିବାର ଲୋକ l
ନିଆଁରେ ଘରର ଆସବାବ ପତ୍ର ସହ ଧାନ, ଚାଉଳ, ଲୁଗାପଟା ସହ ବହୁ ଜିନିଷ ପୋଡି ନିଆଁ ରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି l ଶୀତ ଆରମ୍ଭ ହୋଇ ଥିବାରୁ ବର୍ତମାନ ଅଜିତ ଙ୍କ ପରିବାର ଅସହାୟ ଅବସ୍ଥାର ପଡିଛନ୍ତି |ଏଣୁ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ଦାବୀ ହୋଇଛି l
Leave A Reply