Odisha news

ସାଧାରଣ ପ୍ରଶାସନ ଓ ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର

0

ବାଲିଗୁଡା,ତା, ୨୪/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ପ୍ରଶାସନ ଓ ପୋଲିସ ପକ୍ଷରୁ ଜନ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅୟୋଜନ ହୋଇଥିଲା।କାର୍ଯ୍ୟକ୍ରମ ଆୟୋଜନ କରିବା ମୁଖ୍ୟ ଉଦେଶ୍ୟ ହେଲା ପଞ୍ଚାୟତରେ ବେଆଇନ ଗଞ୍ଜେଇ ଚାଷ ହେଉଛି। ଏହାକୁ ବନ୍ଦ କରିବା ସହ ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କୁ ମିଳୁଥିବା ସହାୟତା ଉପରେ ଅଭିଭାଷଣ ଦିଆଯାଇଥିଲା। ଉଦ୍ୟାନ ବିଭାଗର ଅତିରିକ୍ତ ଉଦ୍ୟାନ ଅଧିକାରୀ ନୀଳାଞ୍ଚଳ ପଣ୍ଡା ବିଭିନ୍ନ ଚାଷ କରି ଲାଭବାନ ହେବା ସହ ମିଳୁଥିବା ସବସିଡି ଉପରେ ଅଭିଭାଷଣ ଦେଇଥିଲେ।ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ଚାଷ କରି ଲାଭବାନ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଅଭିଭାଷଣ ଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରାସଦ ସମ୍ମାନିତ ଅତିଥି ବାଲିଗୁଡ଼ା ବିଡ଼ିଓ ଦୀପ୍ତି ପ୍ରକାଶ ବେହେରା, ଯୋଗ ଦେଇଥିବା ସହ ବ୍ଲକ୍ ଅଧ୍ୟକ୍ଷା ମିଶାବତି ମଲିକ, ଉପାଧ୍ୟକ୍ଷା ନିକୋଜିନି ଦିଗାଲ, ସ୍ଥାନୀୟ ସରପଞ୍ଚ ରଘୁନାଥ ମଲିକ, ସମିତି ସଭ୍ୟା ପ୍ରମିଳା ଦିଗାଲ, ଥାନା ଭାର ପ୍ରାପ୍ତ ଅଧିକାରୀ ସମ୍ବିତ କୁମାର ସ୍ୱାଇଁ, କୃଷି ଅଧିକାରି, ପ୍ରାଣୀ ଚିକିତ୍ସା ଅଧିକାରୀ ଲମ୍ବୋଦର ମହାପାତ୍ର ଓ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply