ବାଲିଗୁଡା ,୧୨/୨-; ବାଲିଗୁଡା ବନାଂଚଳ ଅନ୍ତର୍ଗତ ଖମନଖୋଲ ଓ ପୋଖରୀବନ୍ଧ ଜଙ୍ଗଲରେ ୧୬ ଟିକିଆ ହାତୀପଲ ଜଙ୍ଗଲରୁ ଜଙ୍ଗଲକୁ ଘୁରି ବୁଲୁଛନ୍ତି । ସୁଚନାରୁ ପ୍ରକାଶ େ ଯ ଗତକିଛିଦିନ ଧରି ଖମନଖୋଲଓ ପୋଖରୀବନ୍ଧ ମଧ୍ୟରେ ଥିବା ଜଙ୍ଗଲ ସେସକା,କାଣିବାରୁ,କଂଜାଲଗୁ ,ଜାଲିସୁଗା ଆଦି ଜଙ୍ଗଲରେ ସେମାନେ ଚଳପ୍ରଚଳ କରୁଛନ୍ତି । ଦିନ ତମା ଜଙ୍ଗଲରେ ରହୁଛନ୍ତି ରାତି ହେଲେ ଗାଁ ମୁହାଁ ହେଉଛନ୍ତି କିନ୍ତୁ ବର୍ତମାନ ସୁଧା ଏହି ହାତୀପଲ କିଛିିି କ୍ଷୟକ୍ଷତି କରିନାହାନ୍ତି । ବାଲିଗୁଡା ବନାଂଚଳ ଅଧିକାରୀ ଡି ସୁବାଷ ଚନ୍ଦ୍ର କହିଛନ୍ତି ୧୬ଟିକିଆ ହାତୀପଲ ପୋଖରୀବନ୍ଧ ଓ ଖମନଖୋଲ ଜଙ୍ଗଲ ମଧ୍ୟରେ ରହିଛନ୍ତି ସେମାନଙ୍କ ଗତିବିଧି ଉପରେ ଆମେ ନଜର ରଖିଛୁ ଓ ହାତୀପଲଜଙ୍ଗଲରେ ହିଁ ରହୁଛନ୍ତି କୌଣସି ଗାଁକୁ ଆସି କିଛି କ୍ଷୟକ୍ଷତି କରିନାହାନ୍ତି ,ଜଙ୍ଗଲପ୍ରାଣୀ ଜଙ୍ଗଲରେ ରହିବେ ,ହାତୀପଲ ରହୁଥିବା ଜଙ୍ଗଲ ର ନିକଟବର୍ତି ଗାଁ ମାନଙ୍କରେ ଆମେ ଲୋକଙ୍କୁ ସଚେତନତା କରାଇଛୁ ବୋଲି କହିଛନ୍ତି ।