ବାଲିଗୁଡା ,୧୮/୦୧ :(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ଆସୁଛି ଖରା ଦିନ ଏବେ ଠାରୁ ସମସ୍ତେ ସଚେତନତା ହେବାକୁ ପଡିବ । ଜଙ୍ଗଲ ନିଆଁ କୁ ରୋକିବା ପାଇଁ ପଦକ୍ଷେପ ଜରୁରୀ ହୋଇ ପଡିଛି, ଏଥି ପାଇଁ ସାରା ବିଶ୍ଵ ଚିନ୍ତା ରେ । ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ନେଇ ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନତା ଅଭିଯାନ ଆରମ୍ଭ ହୋଯାଇଛି ।ଶନିବାର ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ଵରଜ ପଣ୍ଡା ଙ୍କ ଅଧକ୍ଷତାରେ ବନାଗ୍ନି ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ତଥା ପରିବେଷ ବିତ କୌଶିକ ସାହୁ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ,ସହକରୀ ଜିଲ୍ଲାପାଳ ହରେ କୃଷ୍ଣ ରାଉତ ,କେନ୍ଦୁପତ୍ର ଏସିଏଫଓ ଚନ୍ଦ୍ର ସେତା ପୂଜାରୀ ,ଏସିଏଫଓ ସୂର୍ଯ୍ୟ କାନ୍ତ ବେହେରା ,ମନୋରଞ୍ଜନ ବାଗ ଯୋଗଦେଇ ଜଙ୍ଗଲ କୁ ସୁରକ୍ଷା କରିବା ସହ ନିଆଁକୁ ରୋକିବା ପାଇଁ କି କି ପଦକ୍ଷେପ ନେବାକୁ ପଡୁଛି ଓ ସମସ୍ଯା ସୃଷ୍ଟି ହେଉଛି ସେ ସମ୍ପର୍କ ରେ କହିଥିଲେ । ସମସ୍ତେ ମିଳିମିଶି ଏହି ବନାଗ୍ନି ନିରାକରଣ ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଏ ପାରିଲେ ଏହାର ସୁଫଳ ମିଳିପାରିବ । ବିଗତ ବର୍ଷ ତୁଳନାରେ କିଭଳି ବନାଗ୍ନି ନିରାକରଣ ସଚେତନତା କୁ ଅଧିକରୁ ଅଧିକ କାଲେ ଜଙ୍ଗଲ ନିଆଁ କୁ କମ କରାଯାଇ ପାରିବ ଶେଠୀ ପାଇଁ ସମସ୍ତେ ଶପଥ ନେବା ଆବଶ୍ୟକ ବୋଲି କହିଥିଲେ । ,ପୋଡୁଚାଷରୁ ନିବୃତ ହେବା,ବେଆଇନ ଶିକାର ଏବଂ ମହୁଲ ଫୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ କରିବା ସହିତ ପରିବେଶ ସୁରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବା ଭଳି ଉଦ୍ ବୋଧନ ଦେଇ ସଚେତନ କରିଥିଲେ।ଏହି ଅବସର ରେ ବାଲିଗୁଡା ବନଖଣ୍ଡ ଅଧୀନରେ ରହିଥିବା ୭ ଟି ବନାଞ୍ଚଳ ରେ ବନାଗ୍ନି ସଚେତନତା ରଥ ଗଡିବା ସହ ପଥପ୍ରାନ୍ତ ନାଟକ ,,ଦସ୍ତଖତ ଅଭିଯାନ ,ପୋଷ୍ଟର ଓ ଲିଫଲେଟ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ବନଖଣ୍ଡ ଅଧିକାରୀ ବିଶ୍ଵରଜ ପଣ୍ଡା କହିଥିଲେ । ଏହି ଶିବିର ରେ ବାଲିଗୁଡା ବନାଞ୍ଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ,ରମାକାନ୍ତ କହଁର ,କ.ନୂଆଗାଁ ବନାଞ୍ଚଳ ଅଧିକାରୀ, ବନାଞ୍ଚଳ ଅଧିକାରୀ ବ୍ରାହ୍ମଣୀ ଗାଁ ହରିହର ବେହେରା , ବନାଞ୍ଚଳ ଅଧିକାରୀ ଦାରିଙ୍ଗବାଡି ମାଧବ ଚନ୍ଦ୍ର ବେହେରା , ବନାଞ୍ଚଳ ଅଧିକାରୀ କୋଟଗଡ ବାଲଗୋପାଳ ବେହେରା , ବନାଞ୍ଚଳ ଅଧିକାରୀ ତୁମୁଡିବନ୍ଧ କାଳିଚରଣ ବେହେରା , ବନାଞ୍ଚଳ ଅଧିକାରୀ ବେଲଘର ବିନାୟକ ବିଶି ଙ୍କ ସମେତ ,ବନପାଳ,ବନରକ୍ଷୀ,ବିଭିନ୍ନ ସ୍ବଛାସେବୀ ଅନୁଷ୍ଠାନ ର କର୍ମ କର୍ତ୍ତା ,ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ମୁଲ୍ଯବନ ମତାମତ ପ୍ରଦାନ କରିଥିଲେ । ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ କାଳିଚରଣ ବେହେରା ଅତିଥି ପରିଚୟ କରାଇବା ସହ ମଞ୍ଚ କୁ ଆମତ୍ରଣ କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ଓ ଧନ୍ୟବାଦ ସଙ୍ଗୀତ ଗାନ କରଯାଇଥିଲା । ଶେଷରେ ବାଲିଗୁଡା ବନପାଳ ପ୍ରଭାତ କୁମାର ଦୋରା ସମସ୍ତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।