Odisha news

କନ୍ଧମାଳ ସ୍ବେଚ୍ଛାସେବୀ ମହାସଂଘର ବାର୍ଷିକ ଯୋଜନା ଓ ସମନ୍ୱୟ ବୈଠକ

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା   ସ୍ବେଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷର ବନ୍ଧୁମିଳନ ଦାରିଙ୍ଗିବାଡି ବ୍ଳକ ଅନ୍ତର୍ଗତ ଜାଗୃତି ଠାରେ ଅନୁଷ୍ଠିତ ହୋଇଯାଇଛି l ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ପୌରହିତ୍ୟ କରିଥିବା ବେଳେ ସମୁଦାୟ ୧୮ ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପି.ଏ.ଜି ର ବିଭିନ୍ନ କାର୍ଯ୍ୟପ୍ରଣାଳୀ ଓ ବାର୍ଷିକ କାର୍ଯ୍ୟଖସଡା ବିଷୟରେ ଆଲୋଚନା କରିଥିଲେ। ସଭାର ପ୍ରାରମ୍ଭରେ କୈଳାସ ଦଣ୍ଡପାଟ ସ୍ୱାଗତ କରିଥିଲେ ଓ ବନବାସି ସେବା ସମିତିର ସଂପାଦକ ଉତ୍ସବ ଚନ୍ଦ୍ର ଜେନା ଅସୁସ୍ଥ ଥିବା ସତ୍ୱେ  ସଭାରେ ଯୋଗଦେଇ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସ୍ୱର୍ଗବ୍ୟାପି ସାମାଜିକ କର୍ମୀ ସୌଦାମିନି ରଥ, ରାଜୁ ଭାଇ ଓ କୈଳାସ ଭାଇଙ୍କ ସ୍ମୁତି ରେ ଦୁଇ ମିନିଟ ନିରବ ଶୋକ ପ୍ରାର୍ଥନା କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅନୁଷ୍ଠାନର ମୁଖ୍ୟମାନେ ସାମ୍ପ୍ରତିକ ପରିସ୍ଥିତି ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟଧାରା ଓ ସରକାରଙ୍କ ନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଆଲୋଚନା କରାଯାଇଥିଲା ।
Leave A Reply