Odisha news

ବିଦ୍ୟାଳୟ ନିକଟରେରୁ ଦୁଇ ନବଜାତ ଶିଶୁ କନ୍ୟା ଉଦ୍ଧାର

0

ବାଲିଗୁଡ଼ା ପୁଣି ଅଲୋଡା ହେଲେ କନ୍ୟା ରତ୍ନ l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟ ନିକଟରୁ ଦୁଇ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ପାଇ କ.ନୁଆଗାଁ ସିଡିପିଓ ଦ୍ରୌପଦୀ କହଁର ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର କରି କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ଉଦ୍ଧାର ଶିଶୁ ଦୁଇଟି ଶିଶୁ କନ୍ୟା ହୋଇଥିବା ବେଳେ ଗୋଟିଏ ଶିଶୁର ଓଜନ ଦୁଇ କିଲୋ ଚାଳିଶି ଗ୍ରାମ୍ ଓ ଅନ୍ୟ ଶିଶୁଟିର ଓଜନ ୧କିଲୋ ୯୭୦ ଗ୍ରାମ୍ ଓଜନର ଥ‌ିବା ଜଣାପଡ଼ିଛି । ଉଭୟ ଶିଶୁ କନ୍ୟା ବର୍ତ୍ତମାନ କ.ନୁଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଥ‌ିବା ବେଳେ ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ୍ ତଦନ୍ତ ଆରମ୍ଭ କରିବା ସହ ଶିଶୁ ଦୁଇଟିକୁ କିଭଳି ସୁରକ୍ଷିତ ରଖାଯାଇପାରିବ ସେନେଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି ନବଜାତ ଶିଶୁ ଦୁଇଟିକୁ ଏଭଳି ଅମାନୁଷିକ ଭାବେ ରାସ୍ତା କଡ଼ରେ ଛାଡ଼ିଦେଇ ଚାଲିଯାଇଛି, ସେନେଇ କୌଣସି ବିଷୟ ସ୍ପଷ୍ଟ ହୋଇପାରିନାହିଁ l

Leave A Reply