Odisha news

ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

0

ଓଡ଼ିଶା ଉପକୂଳବର୍ତ୍ତୀ ଭୋଗରାଇ ଅଞ୍ଚଳ ଏବେ ନିଶା ମାଫିଆଙ୍କ ହବ୍ ପାଲଟିଛି। ଜନସାଧାରଣଙ୍କ ପକ୍ଷରୁ ବାମ୍ବାର ଅଭିଯାଗ ସତ୍ତ୍ୱେ ଚୋରା ମଦ ବ୍ୟବସାୟୀ ମାନେ ଅବକାରୀ ପୁଲିସକୁ ଚକମା ଦେଇ ସେମାନଙ୍କ ନିଶା ସାମ୍ରାଜ୍ୟ ବଢାଇ ଚାଲିଥିବା ବେଳେ ଗ୍ରାମାଞ୍ଚଳର ମହିଳା ମାନେ ସେମାନଙ୍କୁ ସବାଡ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଚୋରା ମଦଭାଟି ବନ୍ଦ କରିବା ସହିତ ନିଜ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପସରବିନ୍ଧା ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ଏସଏସଜି ଗ୍ରୁପର ମହିଳା ମାନେ ମଦ କାରବାରକୁ ବିରୋଧ କରି ଫ୍ଲାକାର୍ଡ ଧରି ରାଜ ରାସ୍ତାକୁ ଅହ୍ଲାଇଛନ୍ତି।ଶତାଧିକ ମହିଳା ଶୋଭାଯାତ୍ରାରେ ବାହାରି ସମଗ୍ର ଓଡ଼ିଶାକୁ ମଦମୁକ୍ତ କରିବା ସହି ନିଜ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବରେ ଗଢି ତୋଳିବାର ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗାଁରେ ଚୋରାମଦ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ନିଜ ପ୍ରବୃତିରୁ ନିବୃତ୍ତ ରହିବାକୁ ମହିଳାମାନେ ଚେତାବନୀ ଦେବା ସହ ଆଗାମୀ ୭ଦିନ ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତରେ ଏହିଭଳି ସଚେତନତା ଓ ମଦ ବିରୋଧୀ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏହାପରେ ଯଦି ନ ସୁଧୁରନ୍ତି, ତେବେ ବାଧ୍ୟ ହାଇ ସେମାନେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply