Odisha news

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ ଯୋଦ୍ଧାଙ୍କ ପ୍ରଶିକ୍ଷିଣ ଶିବିର ଉଦଘାଟିତ

ବାଲିଆପାଳ–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଭର୍ଚୁଆଲ ମିଟିଂ ଜରିଆରେ କୋଭିଡ ଯୋଦ୍ଧାଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିଛନ୍ତି । ବାଲିଆପାଳ ବ୍ଲକ ଜାମକୁଣ୍ଡା ଛକ ନିକଟରେ କୈଶଲ ବିକାଶ ଯୋଜନା ଏବଂ ଇନଫେଷ୍ଟ ଲାର୍ଣ୍ଣ ଏଣ୍ଡ ଉଆର୍କ୍ସ ଇଣ୍ଡିଆ ସହାୟତାରେ ଆଗ ଧାଡିର କରୋନା ଯୋଦ୍ଧାଙ୍କ ପାଇଁ ଏକ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଘାଟନ କରିଛନ୍ତି । ସାରା ଦେଶରେ ମୋଟ ୧୧୧ଟି ତାଲିମ ଶିବିର ତଥା ଓଡିଶାରେ ୨ଟି ତାଲିମ ଶିବିର ମଧ୍ୟରୁ ବାଲିଆପାଳ ଅନ୍ୟତମ ।

ଏଠାରେ ଚିକିସôା ସମ୍ବଦ୍ଧୀୟ ପ୍ରାଥମିକ ତାଲିମ ଓ ସାମାୟିକ ଧାରଣା ନେଇ ଆଗ ଧାଡିର କରୋନା ଯୋଦ୍ଧା ଭାବେ ବେସରକାରୀ ଭାବେ କାର୍ଯ୍ୟ କରିପାରିବେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବାଲିଆପାାଳ ତହସିଲଦାର ଦୀପକ କୁମାର ଦାଶ ,ଜିଲ୍ଲା ନିଯୁକ୍ତି ଅଧିକାରୀ ନିମାଇଁ ମହାନ୍ତି,ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ତାଲିମ ଅଧିକାରୀ ଅଦ୍ୱୈତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ତାଲିମ ପ୍ରଶିକ୍ଷଣ ଶିବିରରେ ୧୮ରୁ ୩୫ ବର୍ଷ ଇଚ୍ଛୁକ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରାଇ ଏହାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଶେଷରେ ଶଶାାଙ୍କ ଶେଖର ଦାସ ଧନ୍ୟବାଦ ଦେଇଥିଲେ ।

Nalco

Comments are closed.