ବାଲେଶ୍ୱର, ୨୦/୯ : (ରଞ୍ଜନ ବାଗ) – ଆଜି ପୂର୍ବାହ୍ନରେ ଜଳେଶ୍ୱର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫେସ୍ବୁକ୍ ମାଧ୍ୟମରେ ଜନୈକ ଯୁବକ ଏକାଧିକ ଯୁବତୀଙ୍କୁ ପ୍ରେମ କରି ଶେଷରେ ବିଚ୍ ବଜାରରେ ୩ଜଣ ପ୍ରେମିକାଙ୍କ ଠାରୁ ଉକ୍ତ ପ୍ରେମିକ ଜଣଙ୍କ ମାଡ଼ ଖାଇବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଉକ୍ତ ପ୍ରେମିକଙ୍କୁ ୩ଜଣ ଯୁବତୀ ନିସ୍ତୁକମାଡ ମାରୁଥିବା ବେଳେ ପ୍ରଥମେ ଲୋକେ କିଛି ବୁଝିପାରିନଥିଲେ । ଘଟଣାରୁ ପ୍ରକାଶ ଉକ୍ତ ତିନି ଯୁବତୀ ଏବଂ ଯୁବକଙ୍କ ଘର ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଅଞ୍ଚଳରେ ଅଟେ । କୌଣସି କାରଣରୁ ସିପୁନ୍ ସିଂ ନାମକ ଯୁବକଙ୍କ ସହିତ ମାଡ଼ ମାରୁଥିବା ୩ ଯୁବତୀଙ୍କର ଫେସ୍ବୁକ୍ ମାଧ୍ୟମରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉକ୍ତ ଲମ୍ପଟ ଯୁବକ ୩ ଜଣକୁ ଏକ ସମୟରେ ଭଲପାଇବାର ଦୀର୍ଘ ଦିନ ଧରି ଅଭିନୟ କରିଚାଲିଥିଲା ।
କିନ୍ତୁ ଆଜି ସକାଳେ ସିପୁନ୍ ଫୋନ୍ ଧରୁନଥିବାରୁ ୨ଜଣ ଯୁବତୀ ଏ ସଂପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ତେବେ ସିପୁନ ଜଣେ ଯୁବତୀକୁ ଧରି ଦୀଘା ଯାଇଥିବାର ଜଣାପଡ଼ିଥିଲା । ଏହି ଘଟଣା ସମ୍ପର୍କରେ ଅନ୍ୟ ୨ ଯୁବତୀ କୌଣସି ସୂତ୍ରରୁ ଜାଣିପାରି ଜଳେଶ୍ୱରରେ ପହଞ୍ଚିଥିଲେ । ଶେଷରେ ଜଳେଶ୍ୱରରେ ଅପେକ୍ଷା କରିଥିବା ଉକ୍ତ୨ ଯୁବତୀ ସିପୁନ୍କୁ ଜଳେଶ୍ୱର ଟାଉନ୍ ହାଇସ୍କୁଲ ନିକଟରେ ଏକ ଅଜଣା ଫୋନ୍ରୁ ଦେଖା କରିବାକୁ ଅପେକ୍ଷା କରିଥିବାର ଜଣାଇଥିଲେ ।
ଶେଷରେ ୩ ଜଣ ଯୁବତୀ ଏକତ୍ରୀତ ହେବାପରେ ତିନିହେଁ ଫସିଥିବାର ଜାଣି ସିପୁନ୍ ସିଂକୁ ନିଧୁର୍ମ ଛେଚିଥିଲେ । ଏହି ମାମଲା ଜଳେଶ୍ୱର ଥାନାକୁ ଯାଇଥିଲେ ମଧ୍ୟ ପ୍ରେମିକ ଏବଂ ପ୍ରେମିକାମାନଙ୍କ ଘର ବାଲେଶ୍ୱର ସହରରେ ହୋଇଥିବାରୁ ଏପର୍ଯ୍ୟନ୍ତ ପୁଲିସ୍ କୌଣସି ପଦକ୍ଷେପ ନେଇ ନଥିବା ଜଣାପଡ଼ିଛି ।
