Odisha news

ଟ୍ରକ୍ ସହ ୧୨ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବଦ୍: ୨ ଗିରଫ

0

ବାଲେଶ୍ୱର : ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁରରୁ କୋଲକତା ଅଭିମୁଖେ ଯାଉଥିବା ଏକ କେନ୍ଦୁପତ୍ର େବାଝେଇ ଟ୍ରକ୍‍କୁ ଫୁଲାଡ଼ି ନିକଟରେ ଚାନ୍ଦିପୁର ରେଞ୍ଜ ବନବିଭାଗ କର୍ମଚାରୀମାନେ ଧରିବା ସହ ଟ୍ରକ୍‍ରେ ଥିବା ୩୫ କ୍ୱିଣ୍ଟାଲ୍‍ କେନ୍ଦୁପତ୍ର ଜବଦ କରିଛନ୍ତି । ଜବଦ ହୋଇଥିବା କେନ୍ଦୁପତ୍ରର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବବୋଲି ବନବିଭାଗ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ ଓଆର୍‍-୧୫ଏଲ୍‍-୬୬୫୫ନମ୍ବର ବିଶିଷ୍ଟ ଟ୍ରକ୍‍ରେ କେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା ଖବର ବନ ବିଭାଗ ନିକଟରେ ପହଞ୍ଚିବା ପରେ ଏହି ଟ୍ରକଟିକୁ ଧରିବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀମାନେ ସଜାଗ ହୋଇଯାଇଥିଲେ । ପରେ ସେମାନେ ଟ୍ରକ୍‍ଟିର ପିଛାକରି ଫୁଲାଡ଼ି ନିକଟରେ ଟ୍ରକ୍‍ଟିକୁ ଧରିବା ସହ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଜଙ୍ଗଲ ବିଭାଗ ପକ୍ଷରୁ ଏବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଛି

Leave A Reply