Odisha news

ବାଲୁବଜାର ଅଞ୍ଚଳରେ ଆକ୍ରମଣ ଘଟଣା ନେଇ ଥାନାରେ ଏତାଲା

0

ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ବାଲୁବଜାର ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ବିଛା କାର୍ଯ୍ୟକ୍ରମ ହେଉଥିଲା । ଏହି ସମୟରେ କେତେକ ବ୍ୟକ୍ତି ସୁଲତାନ ଖାନ୍ଙ୍କ ଉପରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ବାଲୁବଜାର ଅଞ୍ଚଳରେ ଥିବା ସୁଲତାନ ଖାନ୍ଙ୍କ ଘର ନିକଟରେ ପାଣି ପାଇପ୍ କାମ ହେଉଥିବା ବେଳେ ସେହି ଘର ଗଳିରେ ରହୁଥିବା ରାଜୁ,ବିକି, ହମିଦ୍,ମୋତି,ଟୁନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ତାଙ୍କ ଗଳିରେ କେବେ ପାଇପ୍ ବିଛା କାମ ହେବ ବୋଲି ପଚାରି ଥିଲେ ।

କାମ କରୁଥିବା କର୍ମଚାରୀମାନେ କହିଥିଲେ ଯେ ସୁଲତାନ୍ ଖାନ୍ ଅଫିସରେ ଏକ ଅଭିଯୋଗ କରିଥିବାରୁ ସେ ଗଳିର କାମ ହେବ ନାହିଁ । ଏହି ଘଟଣାକୁ କେନ୍ଦ୍ର କରି ରାଜୁ ହମିଦ୍ , ବିକି, ଟୁନା, ବାବୁଲି ପ୍ରମୁଖ ସୁଲତାନଙ୍କୁ ଘେରି ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ମାରି ରକ୍ତାକ୍ତ କରିଦେଇଥିବା ଟାଉନ ଥାନାରେ ବୁଲଫାନ ଖାନ୍ଙ୍କ ପୁତ୍ର ଗୁରହାନ୍ ଖାନ୍ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି

Govt
Leave A Reply