Odisha news

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୧୧ରୁ

0

ବାଲେଶ୍ୱର-୨୯/୦୯ : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ, ପୌରାଞ୍ଚଳ ଓ ଏନ୍ଏସି ଅଞ୍ଚଳରେ ଆସନ୍ତା ଅକ୍ଟୋବର ମାସ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିରମାନ କରାଯିବ । ଏହି ପରୀପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବାହାନଗା ବ୍ଲକ ଅନ୍ତର୍ଗତ ବାହାନଗା ହାଇସ୍କୁଲରେ ଅକ୍ଟୋବରମାସ ୧୧ତାରିଖ ଦିନ ଏହି ଶିବିରରେ କରାଯାଉଥିବା ବେଳେ ଜଳେଶ୍ୱର ବ୍ଲକ ଓ ଜଳେଶ୍ୱର ମୁ୍ୟନିସ୍ପାଲିଟି ପାଇଁ ଶାନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିବିର କରାଯିବ । ସେହିପରି ୧୮ ତାରିଖ ଦିନ ଔପଦା ବ୍ଲକ ଔପଦା ନୋଡ଼ାଲ ହାଇସ୍କୁଲରେ, ୨୦ତାରିଖ ଦିନ ଭୋଗରାଇ ବ୍ଲକ ପାଇଁ କମର୍ଦ୍ଦାସ୍ଥିତ ଜଗନ୍ନାଥ ହାଇସ୍କୁଲରେ, ୨୬ ତାରିଖ ଦିନ ସିମୁଳଆ ବ୍ଲକ ପାଇଁ ମାର୍କୋଣାସ୍ଥିତ ରଘୁନାରାୟଣ ହାଇସ୍କୁଲରେ,ରେମୁଣା ବ୍ଲକ ଓ ରେମୁଣା ଏନ୍ଏସି ପାଇଁ ୨୯ ତାରିଖ ଦିନ ରେମୁଣା ବ୍ଲକ ହେଡ୍କ୍ୱାଟରରେ ଏହି ଶିବିର କରାଯିବ । ସେହିପରି ନଭେମ୍ବରମାସ ୧ତାରିଖ ଦିନ ବସ୍ତା ବ୍ଲକ ହେଡ୍କ୍ୱାଟରେ. ୪ତାରିଖ ଦିନ ସୋର ବ୍ଲକ ଓ ସୋର ଏନ୍ଏସି ପାଇଁ ବ୍ଲକ ଡେଡ୍କ୍ୱାଟରରେ , ୯ ତାରିଖ ଦିନ ବାଲିଆପାଳ ବ୍ଲକ ପାଇଁ ବାଲିଆପାଳ ବ୍ଲକ ହେଡ୍କ୍ୱାଟରରେ , ୧୧ତାରିଖ ଦିନ ନୀଳଗିରି ଏନ୍ଏସି ଓ ବ୍ଲକ ପାଇଁ ନୀଳଗିରି ହେଡ୍କ୍ୱାଟରରେ, ୧୫ ତାରିଖ ଦିନ ଖଇରା ବ୍ଲକ ପାଇଁ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟରେ , ୧୮ ତାରିଖ ଦିନ ଭୋଗରାଇ ବ୍ଲକ ପାଇଁ ଭୋଗରାଇ ବ୍ଲକ ହେଡ୍କ୍ୱାଟରରେ , ନଭେମ୍ବର ୨୨ତାରିଖ ଦିନ ବାଲେଶ୍ୱର ସଦର ବ୍ଲକ ଓ ପୌରାଞ୍ଚଳ ପାଇଁ ମୁ୍ୟନିସ୍ପାଲିଟ ସରକାରୀ ହାଇସ୍କୁଲ ବାଲେଶ୍ୱରରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

Leave A Reply