ବାଲେଶ୍ବର : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶ୍ୟାମସୁନ୍ଦର ଖୁଣ୍ଟିଆ ଓରଫ ମାଙ୍କଡ଼ିଆ ଙ୍କୁ ମାନ୍ୟବର ବାଲେଶ୍ଵର ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ପୋସ୍କୋ ଜଜ ଜଗଦୀଶ ପ୍ରସାଦ ମହାନ୍ତି ଆଜୀବନ କାରା ଦଣ୍ଡାଦେଶ ଦେbଆ ସହିତ ୧୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
ମାମଲା ବିବରଣୀରୁ ପ୍ରକାଶ ୨୦୧୮ ମସିହା ଏପ୍ରିଲ ମାସ ୧୪ ତାରିଖ ୧୨ ଟା ସମୟରେ ସୋର ଥାନା ପାଖର ଗାଁ’ର ଅନନ୍ତ ମହାଳିକ ଙ୍କ ନାବାଳିକା ଝିଅ ନିକଟସ୍ଥ ଖେରଣା ଗ୍ରାମ ମନ୍ଦିରକୁ ଯାଇଥିଲା।ସେଠାରେ ଖେରଣା ଗ୍ରାମର ମାଙ୍କଡିଆ ଓରଫ ଶ୍ୟାମ ସୁନ୍ଦର ଖୁଣ୍ଟିଆ(୫୨) ନାବାଳିକା କୁ ଫୁସୁଲାଇ ମନ୍ଦିର ପଛପଟକୁ ନେଇ କୁକର୍ମ କରିବା ପାଇଁ ଉଦ୍ୟମ କରୁଥିଲା ବେଳେ ଜଣେ ମହିଳା ଦେଖିନେଇ ଚିତ୍କାର କରିବାରୁ ଶ୍ୟାମସୁନ୍ଦର ନାବାଳିକା କୁ ଛାଡ଼ିଦେଇ ସେଠାରୁ ଖସି ପଳାଇ ଥିଲା।ପରେ ନାବାଳିକା ଘରକୁ ଯାଇ ବାପା ଓ ମା ଙ୍କୁ କହିଥିଲା।ବାପା ଅନନ୍ତ ମହାଳିକ ଏ ବାବଦରେ ସୋର ଥାନାରେ ଅଭିଯୋଗ କରିଥିଲେ।ସଂପୃକ୍ତ ଥାନା ପୁଲିସ ଏତଲା ଗ୍ରହଣ କରି ତଦନ୍ତ ପୂର୍ବକ ଅଭିଯୁକ୍ତ ଶ୍ୟାମସୁନ୍ଦର କୁ ଗିରଫ କରିଥିବା ଜଣା ଯାଇଛି।
ଏହି ମାମଲା ବାଲେଶ୍ଵର ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ପୋସ୍କୋ ଜଜ ଙ୍କ ଅଦାଲତରେ ବିଚାରାଧୀନ ଥିଲା।ସୋମବାର ଅର୍ଥାତ ଆଜି ଏହି ମାମଲାର ବିଚାର କରି ମାନ୍ୟବର ବିଚାରପତି ଅଭିଯୁକ୍ତ ଶ୍ୟାମସୁନ୍ଦର ଖୁଣ୍ଟିଆ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୫ ହଜାର ଟଙ୍କା ଜରିମାନା କରିଥିବା ଜାଣିବାକୁ ମିଳିଛି।ସରକାର ଙ୍କ ତରଫରୁ ଉକ୍ତ ମାମଲାକୁ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ପରିଚାଳନା କରିଛନ୍ତି।