Odisha news

ମଟର ସାଇକେଲ ରାଲିରେ ଜୁଏଲ୍ ଓରାମ ଦ୍ୱାରା ନିର୍ବାଚନୀ ପ୍ରଚାର

0

ବାଲେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦର ଜୁଏଲ୍ ଓରାମ ବାଲେଶ୍ୱରରେ ଭାଜପା ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଛନ୍ତି  । ଆଜି ବାଲେଶ୍ୱରର ବୁଢାବଳଙ୍ଗ ଜୋନ୍ ୨୫ର ବଇଞ୍ଚା ପଞ୍ଚାୟତ ଇଲ୍ଲାକାରେ ଥିବା ବିଭିନ୍ନ ଗ୍ରାମରେ ଶ୍ରୀ ଓରାମ ମଟର ସାଇକେଲ ରାଲିରେ ଯାଇ ନିର୍ବାଚନୀ ପ୍ରଚାର କରିଥିଲେ  ।

ତାଙ୍କ ସହ ରାଜ୍ୟ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ମୁରଲୀ ମନୋହର ଶର୍ମା, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଇରାନୀ ରାୟ,ରାଜ୍ୟ ପର୍ଯ୍ୟବେକ୍ଷକ ସରୋଜ ସାହୁ, ସରପଞ୍ଚ ଅମ୍ବିକା ବେହେରା, ପଞ୍ଚାୟତ ସଭାପତି ଶ୍ରୀନୀବାସ ମଲ୍ଲିକ, ମଣ୍ଡଳ ପର୍ଯ୍ୟବେକ୍ଷକ ଇଶ୍ୱର ବେହେରା, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଜିଲ୍ଲା ନେତା ପର୍ଶୁରାମ ପରିଡ଼ା, ପଞ୍ଚାୟତ ପର୍ଯ୍ୟବେକ୍ଷକ ଜନାର୍ଦ୍ଦନ ପ୍ରଧାନ ପ୍ରମୁଖ ଏହି ରାଲିରେ ଅଂଶ ଗ୍ରହଣ କରିଥିଲେ  ।

ଶ୍ରୀ ଓରାମ କହିଥିଲେ ଯେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀମାନେ ଗର୍ବ ଓ ଅହଙ୍କାରରେ ଫାଟି ପଡ଼ୁଥିବାବେଳେ ସେମାନେ ନିଜର ହିତାହିତ ଜ୍ଞାନ ଏପରିକି ଶାଳୀନତା ଭୁଲିଯାଇ ନିଜର ପତିଆରା ଦେଖାଇବା ପାଇଁ ରାଜନୀତି କରୁଛନ୍ତି  । ଏଭଳି ଘଟଣା ଓଡ଼ିଶାବାସୀଙ୍କ ପାଇଁ କସ୍ମିନ୍ କାଳେ ଶୁଭଙ୍କର ନୁହେଁ  । ତେଣୁ ଆଗାମୀ ନିର୍ବାଚନରେ ଭୋଟରମାନେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପଦ୍ମଫୁଲ ଚିହ୍ନରେ  ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ

Leave A Reply