ବୈଶିଙ୍ଗା–୨୮/୧୨–ବୈଶିଙ୍ଗା ଥାନା ଅଧୀନ ନାଖରା ସ୍ଥିତ ଫୋର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶନିବାର ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିବେକାନନ୍ଦ ଜାତୀୟ ସଂସ୍ଥାନ ପୁନରବାସ ସଂସ୍ଥାର ଉପନିର୍ଦ୍ଦେଶକ ଡା.କିଶୋର ଚନ୍ଦ୍ର ମହାପାତ୍ର ଏବଂ ମୂଖ୍ୟ ଅତିଥି ଭାବେ ଡା.କୂଳମଣି ସେଠୀ ଯୋଗ ଦେଇଥିଲେ। ଆଜିର ଦିନରେ ଛାତ୍ରଛାତ୍ରୀ ମାନେ କୁପଥଗାମୀ ନ ହୋଇ ଶିକ୍ଷାର ବିକାଶ ଓ ସ୍ୱାସ୍ଥ୍ୟ ସମୃଦ୍ଧିରେ ଅଗ୍ରସର ହେବା ସହିତ ଏକାଗ୍ରଚିତ ରହି ସେଥି ପାଇଁ ଧ୍ୟାନ ଦେବାକୁ ମୂଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ମୋବାଇଲ ଓ ଟେଲିଭିଜନରୁ ଦୂରରେ ରହି ଜ୍ଞାନ ପୁସ୍ତିକାକୁ ଅଗ୍ରାଧିକାର ଦେବା ପାଇଁ ଅତିଥି ବୃନ୍ଦ ଦିଗଦର୍ଶନ ଦେଇଥିଲେ। ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କର ଡା. ମହାପାତ୍ର ତିନି ମାସର ଥରେ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ବା ଦକ୍ଷତା ଉପରେ ଆଲୋଚନା କରିବା ସହିତ ଚରିତ୍ର ଗଠନ ପାଇଁ ଗୋଟିଏ ଗୋଟିଏ ଉପାଦେୟ ପୁସ୍ତିକା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ। ଡା.ମହାପାତ୍ର ଏହି ଅଞ୍ଚଳର ଜନ୍ମିତ ଓ ସାଧାରଣ ବିଦ୍ୟାଳୟରେ ପାଠ ପଢି ଜୀବନକୁ ସଂଘର୍ଷମୟ ସଫଳତା ହାସଲ କରିଥିବାରୁ ତାଙ୍କ ପାଇଁ ଆଜି ଏ ମାଟି ଗର୍ବ କରୁଛି। ତାଙ୍କର ଏହି ପଦକ୍ଷେପକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫୋର୍ଡର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସବିତା ଖଣ୍ଡା, ଜଗଦିଶ ଜେନା, ବିଜୟ କୁମାର ଜେନା ,ରଞ୍ଜିତା ପରିଡା, ଚାନ୍ଦିଲତା ସାହୁ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ସର୍ବଶେଷରେ ଶୁଭଶ୍ରୀ ସସ୍ମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।