Odisha news

ବୈଶିଙ୍ଗା : ଧର୍ମ ପରିବର୍ତ୍ତନ କରାଇବାକୁ ନେଇ ଗ୍ରାମରେ ଉତ୍ତେଜନା, ଧର୍ମ ପରିବର୍ତ୍ତନକାରୀ ଦୁଇ ମହିଳାଙ୍କୁ ଥାନାରେ ଜିମା ଦେଲେ ଗ୍ରାମବାସୀ

0
ବୈଶିଙ୍ଗା–୨୮/୪–ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଇବାକୁ ନେଇ ବିଶ୍ରାମପୁର ଗ୍ରାମରେ ଉତ୍ତେଜନା, ଧର୍ମ ପରିବର୍ତ୍ତନକାରୀ ଦୁଇ ମହିଳାଙ୍କୁ ଥାନାରେ ଜିମା ଦେଲେ ଗ୍ରାମବାସୀ ।
ସୂଚନା ମୁତାବକ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ହିନ୍ଦୁଧର୍ମରୁ ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ କରୁଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତର ବିଶ୍ରାମପୁର ଗ୍ରାମର ପର୍ଶୁରାମ ଦାସ ପକ୍ଷାଘାତ ରୋଗରେ ବହୁ ଦିନ ହେବ ପୀଡ଼ିତ ଥିବା ଜଣାଯାଇଛି। ଆଜି ଦିବା ୧୨ ଘଟିକା ସମୟରେ ଗ୍ରାମ ନିକଟସ୍ଥ ଉକ୍ତ ପଞ୍ଚାୟତର ଗରଡାଶୋଳ ଗ୍ରାମରୁ ଦୁଇ ଆଦିବାସୀ ମହିଳା ଜିତୁ ସିଂଙ୍କ ପତ୍ନୀ ସୁମତୀ ସିଂ(୨୧) ଓ ଜିତେନ୍ଦ୍ର ସିଂଙ୍କ ପତ୍ନୀ ଗୌରୀ ସିଂ(୨୮) ଖ୍ରୀଷ୍ଟ ଧର୍ମର କିଛି ଧାର୍ମିକ ବହି ନେଇ ପର୍ଶୁରାମ ଦାସଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ତାଙ୍କୁ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତନ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ।
ଖ୍ରୀଷ୍ଟ ଧର୍ମ ନେଲେ ପକ୍ଷାଘାତ ରୋଗ ଭଲ ହୋଇଯିବ ବୋଲି ଏହି ଦୁଇଜଣ ମହିଳା ଶ୍ରୀଯୁକ୍ତ ପର୍ଶୁରାମଙ୍କୁ କହିଥିଲେ। ଘଟଣାସ୍ଥଳରେ ପର୍ଶୁରାମଙ୍କ ପୁଅ କଳ୍ପତରୁ ପହଞ୍ଚିବା ସହ ସମସ୍ତେ ଗ୍ରାମବାସୀଙ୍କୁ ସେଠାକୁ ଡାକିଥିଲେ। ଗ୍ରାମବାସୀଙ୍କ ସାମ୍ନାରେ ସେ ଦୁଇଜଣ ମହିଳା ନିଜର ଦୋଷ ସବୁ ମାନିଥିଲେ । ପରବର୍ତ୍ତୀ ସମୟରେ ସମସ୍ତ ଗ୍ରାମବାସୀ ସେ ଦୁଇଜଣଙ୍କର ସ୍ଵାମୀଙ୍କୁ ଡାକି ଉଭୟଙ୍କୁ ବୈଶିଙ୍ଗା ଥାନାକୁ ଆଣି ଜିମା ଦେଇଥିଲେ।  ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି। ଏହି ଭଳି ବିଭିନ୍ନ ଗ୍ରାମରେ ମଧ୍ୟ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହେଉଛି। ଏହି ସବୁ ପ୍ରତି ପ୍ରଶାସନ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Leave A Reply