Odisha news

ମା ମଙ୍ଗଳାଙ୍କ ଚୈତୀ ପର୍ବ ଧୂମଧାମରେ ପାଳିତ

0
ବୈଶିଙ୍ଗା–୨୨/୬–ବୈଶିଙ୍ଗା ବଜାର ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ଆଜି ବଡ ପୂଜା ଅନୁଷ୍ଠିତ ହୋଇଯାଇଛି। ବୈଶିଙ୍ଗା ଓ ଏହାର ଆଖପାଖ ମହୁରୀ, କଦଳିଆ , କେନ୍ଦୁଆ, ନଛିପୁରିଆ, ରଙ୍ଗାମାନିଆ, ଚୁଆପଦା ଆଦି ଗ୍ରାମ ମାନଙ୍କରୁ ବହୁ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିର ମା ମଙ୍ଗଳାଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଅନ୍ୟାନ୍ୟ ମା’ ଙ୍କ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଡମ୍ବରୁଧର  ବିନ୍ଧାଣୀଙ୍କ ନେତୃତ୍ଵରେ ସଂକୀର୍ତ୍ତନ ମଣ୍ଡଳୀ ସହଯୋଗରେ ଏକ କଳସ ଶୋଭାଯାତ୍ରା ବୈଶିଙ୍ଗା ଗ୍ରାମସ୍ଥିତ ଚନ୍ଦନ ପୋଖରୀରୁ ଘଟୋତ୍ତଳନ କରାଯାଇ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା ।
ପୂଜାର୍ଚ୍ଚନା ପରେ ମା ମଙ୍ଗଳା ହୋଟେଲର ପ୍ରତିଷ୍ଠାତା ରବିବନାରାୟଣ ସେନାପତିଙ୍କ ପ୍ରଯୋଜନାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା। ଶତାଧିକ ସ୍ଥାନୀୟ ଜନସାଧାରଣ ଏବଂ ରାସ୍ତାରେ ଯାତାୟତ କରୁଥିବା ଶ୍ରଦ୍ଧାଳୁ ଏହି  ଅନ୍ନଯଜ୍ଞରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ଭଜନ  ପରିବେଷଣ କାର୍ଯ୍ୟକ୍ରମ ରଖାଯାଇଥିଲା ।
ସେହିପରି ନିରଞ୍ଜନ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମା ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ବୈଶିଙ୍ଗା ସ୍ଥିତ ସେହି ଚନ୍ଦନ ପୋଖରୀରୁ ଘଟୋତ୍ତଳନ କରାଯାଇ ଏକ ଶୋଭାଯାତ୍ରାରେ ତାହିବାଡି ସ୍ଥିତ ମା ମଙ୍ଗଳାଙ୍କ ପୀଠକୁ ନିଆ ଯାଇଥିଲା। ବହୁ ସଂଖ୍ୟକ ମହିଳାମାନେ ପୂଜାରେ ଯୋଗ ଦେଇଥିଲେ।
Leave A Reply