ବୈଶିଙ୍ଗା–୨୯/୧–ଏକ ଚାଞ୍ଚଲ୍ୟକର ଘଟଣାକ୍ରମରେ ଜଳେଶ୍ଵର ପୁଲିସ ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତର ଗୋବିନ୍ଦ ରାୟପୁର ଅଞ୍ଚଳରୁ ବ୍ରାଉନସୁଗାର ଚୋରା କାରବାର କରୁଥିବା ଜଣେ , ଜଳେଶ୍ଵର ଥାନା ଝାଡେଶ୍ଵର ଅଞ୍ଚଳରୁ ଜଣେ ଏବଂ ରେମୁଣା ଥାନା ଶାସନବାଡ ଅଞ୍ଚଳରୁ ଜଣେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିବା ଜଣାଯାଇଛି। ସୂଚନା ମୁତାବକ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳ ପାଲଟିଥିବା ଜଳେଶ୍ଵର ଅଞ୍ଚଳରେ ପୁଲିସ ଏବଂ ଏସଟିଏଫ ବାରମ୍ଵାର ଚଢାଉ କରି ବିଫଳ ହୋଇଥିବା ବେଳେ ଜଳେଶ୍ଵର ପୁଲିସକୁ ଗତକାଲି ଶୁକ୍ରବାର ରାତିରେ ଏକ ସଫଳତାର ଖବର ମିଳିଥିବା ଜଣାପଡିଛି।
ଜଳେଶ୍ଵର ଥାନା ଅଧୀନସ୍ଥ ଝାଡେଶ୍ଵର ପୁର ବସ୍ତି ଅଞ୍ଚଳରୁ ଇସଲାମ ଖାନ୍ କୁ ଗିରଫ କରିବା ପରେ ତା ସହିତ ଲିଙ୍କ ଥିବା ରେମୁଣା ଥାନା ଶାସନବାଡ ଅଞ୍ଚଳରୁ ସାଇନା ବିବି ଏବଂ ପରେ ପରେ ବୈଶିଙ୍ଗା ଥାନା ଅନ୍ତର୍ଗତ ଆଉ ଏକ ପେଣ୍ଠସ୍ଥଳୀ ପାଲଟିଥିବା ଗୋବିନ୍ଦରାୟ ପୁର ଗ୍ରାମର ସେଖ୍ ରମଜାନର ପୁଅ ସେଖ୍ ରସିଦ କୁ ଗିରଫ କରିଥିବା ବେଳେ ପୁଲିସ ସୂତ୍ରରୁ ପ୍ରକାଶ ଏମାନଙ୍କ ଠାରୁ ୩୦୦ ଗ୍ରାମର ବ୍ରାଉନ ସୁଗାର ଯାହାର ମୂଲ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି । ଆଜି ଏହି ତିନି ଜଣଙ୍କୁ ବାଲେଶ୍ଵର ଅଦାଲତରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ଏହି ମାନଙ୍କ ଲିଙ୍କରୁ ବୈଶିଙ୍ଗା ଥାନା ଅଧୀନରେ କେତେକ ସ୍ଥାନରେ ଏହି କାରବାର ଚାଲିଥିବାର ପୁଲିସ ପାଖରେ ଖବର ଥିଲେ ମଧ୍ୟ ସେମାନଙ୍କୁ ଧରିବା ପାଇଁ ସୁରାକ ମିଳି ପାରୁ ନାହିଁ।