Odisha news

ନିର୍ବାଚନ ପ୍ରଚାର ମଇଦାନରେ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର

0
ବୈଶିଙ୍ଗା  :  ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ସରଗରମ ହୋଇ ଉଠୁଛି। କୋଭିଡ କଟକଣା କୁ ଦୃଷ୍ଟିରେ ରଖି ନେତା, କର୍ମୀ ଓ ପ୍ରାର୍ଥୀମାନେ ଗାଁ ଗାଁ ରେ ବୁଲି ବୁଲି ଲୋକଙ୍କ ନିକଟତର ହେବାରେ ଲାଗିଥିବାର ଦେଖାଯାଉଛି। ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର(ମଣ୍ଟୁ) ଦୁଇ ପାଦ ଆଗରେ ଥିବାର ପରିଲକ୍ଷିତ ହୋଇଛି।୨୫ ତାରିଖରେ ପ୍ରତ୍ୟାହାର ପରେ ପ୍ରତି ପଞ୍ଚାୟତ ,ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରୀ ହେବା ଯୋଗୁଁ କାନ କୁହା ପ୍ରଣାଳୀରେ ପ୍ରଚାରକୁ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ପ୍ରାକ୍ତନ ବିଧାୟକ ଶ୍ରୀ ପାତ୍ର କର୍ମୀ ଓ ପ୍ରାର୍ଥୀ ଙ୍କ ସହିତ ୨୬ ତାରିଖ ଅପରାହ୍ନରେ ୩୬ ନଂ ଜିଲ୍ଲା ପରିଷଦ ଅଧିନ ବୈଶିଙ୍ଗା ,ସନ୍ତରା, ଗଡଦେଉଳିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ  ବୁଲିବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସାଙ୍ଗରେ ବିଜେଡିର ଜିଲ୍ଲାପରିଷଦ ସଭ୍ୟା ପ୍ରାର୍ଥୀନୀ  ସବିତା ଦାସ, ସନ୍ତରା ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ସୁମତୀ ପୃଷ୍ଟି ଓ ସରପଞ୍ଚ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରୀୟା ହାଁସଦାଙ୍କ ସମେତ କର୍ମୀ ଅନାମ ଦତ୍ତ, ଅମୂଲ୍ୟ ଦତ୍ତ, ପ୍ରଭାତ ପୃଷ୍ଟି, ପବିତ୍ର ପୃଷ୍ଟି, ପ୍ରକାଶ ପୃଷ୍ଟି, ବୈଦନାଥ ସାହୁ , ଧରଣୀଧର ପାତ୍ର ପ୍ରମୁଖ ଘର ଘର ବୁଲି ପୁସିଂ କାର୍ଡ଼ ବାଣ୍ଟିବା  ସହିତ  ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କର ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା। ଆଜି ୨୭ତାରିଖରେ ମଧ୍ୟ ଶ୍ରୀ ପାତ୍ର ୩୭ନଂ ଜୋନର ରଘୁପୁର,ଅଂଳା, ଚାଞ୍ଝି ପଦା ଓ ମେର୍ଦ୍ଦା ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲିଥିବା ଜଣାଯାଇଛି। ସାଙ୍ଗରେ ୩୭ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସୁଶ୍ରୀ ଧାନୀ କିସ୍କୁ, ସୁବ୍ରମଣ୍ୟମ ମହାନ୍ତି, ଶ୍ରାବଣୀ ଲେଙ୍କା, ଅର୍ଜୁନ ଦଳେଇ , ସ୍ନେହଲତା ସେଠୀ,ସନ୍ତକ ଲେଙ୍କା, ବୃନ୍ଦାବନ ଦାସ ପ୍ରମୁଖ ଘର ଘର ବୁଲି ପ୍ରଚାର କରିଥିବା ଜଣାଯାଇଛି।
Leave A Reply