Odisha news

ପୁରୁଣା ପାଣିରେ ହାତୀ ଉପଦ୍ରବ : ଭାଙ୍ଗିଲେ ପାଞ୍ଚ ଜଣଙ୍କ ଚାଳ ଛପର ଘର

ବୈଶିଙ୍ଗା–୧୨/୭–  ପୁରୁଣାପାଣି ଗ୍ରାମରେ ହାତୀ ଉପଦ୍ରବ ଦ୍ୱାରା ପାଞ୍ଚ ଜଣଙ୍କର ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ, ପାଞ୍ଚ ପରିବାର ଏବେ ବେସାହାରା ଏବଂ ଭୟବିତ ଅବସ୍ଥାରେ ।
ବୈଶିଙ୍ଗା ଥାନା  ବଡାମପୁର ବନପାଳ କ୍ଷେତ୍ର ଅଧିନ ଆମ୍ବଗଡ଼ିଆ ପଞ୍ଚାୟତର ପୁରୁଣା ପାଣିଗ୍ରାମରେ ଶନିବାର ରାତି ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଥିଲା। ଶନିବାର ଅର୍ଦ୍ଧରାତ୍ରିରେ ହାତୀଟିଏ ଗ୍ରାମ ମଧ୍ୟକୁ ପଶି ଆସି ଶୋଇଥିବା ଅବସ୍ଥାରେ ଉକ୍ତ ଗ୍ରାମ ନିବାସୀ ଆଦି ସିଂଙ୍କ ପୁଅ ଚକ୍ରଧର ସିଂ, ରତ୍ନାକର ସିଂଙ୍କ ପୁଅ ଜଗା ସିଂ, ଟୁନା ସିଂଙ୍କ ପୁଅ ବିବି ସିଂ, ସନ୍ୟାସୀ ସିଂଙ୍କ ପୁଅ ପ୍ରଦୀପ ସିଂ ଓ ଭଗ ସିଂଙ୍କ ପୁଅ ଭଗବତ ସିଂଙ୍କ ଚାଳ ଛପର ଘରର କାନ୍ଥକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା,ଫଳରେ ଘର ଗୁଡ଼ିକ ଭୁଶୁଡି ପଡିଥିବାର ପରିଲକ୍ଷିତ ହୋଇଥିଲା। ଘରର କାନ୍ଥକୁ ଭାଙ୍ଗୁଥିବାର ଦେଖି ପାଞ୍ଚ ଜଣଙ୍କ ପରିବାରବର୍ଗ ଜୀବନ ବଞ୍ଚାଇ ସେଠାରୁ ଅନ୍ୟତ୍ର ପଡୋଶୀ ଘରକୁ ପଳାଇଯାଇଥିଲେ।
ଏବେ ପାଞ୍ଚ ଜଣଙ୍କ ପରିବାରର ଲୋକେ ବେସାହାରା ହେବା ସହ ଭୟଭୀତ ହେଇପଡିଛନ୍ତି। ଆଜି ସନ୍ଧ୍ୟାରେ ଖବର ପାଇବା ମାତ୍ରେ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର ତତ୍‌କ୍ଷଣାତ୍ ପୁରୁଣାପାଣି ଗ୍ରାମକୁ ଯାଇ  ଅସହାୟ ପରିବାରବର୍ଗଙ୍କୁ ଭେଟିଥିଲେ। ଶ୍ରୀ ପାତ୍ର ସେମାନଙ୍କୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବାର ପ୍ରତିଶୃତି ମଧ୍ୟ ଦେଇଥିଲେ।ଏହି ପାଞ୍ଚଜଣଙ୍କ ପରିବାରକୁ କିପରି ଯଥାଶିଘ୍ର ସମ୍ପୂର୍ଣ୍ଣ ସରକାରୀ ସହାୟତା ମିଳିପାରିବ ସେ ସମ୍ପର୍କରେ  ବନ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ।

Comments are closed.